ଓଡିଶା

odisha

ETV Bharat / international

ଇଟାଲୀରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ନିୟମ କୋହଳ - ଲକଡାଉନ ନିୟମ କୋହଳ

କୋରୋନାର ଭୟାବହତା ପରେ ଏବେ ଧିରେ ଧିରେ ଶାନ୍ତ ପଡିବାରେ ଲାଗିଛି ଝଡ । ଦୈନିକ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଥିବା ବେଳେ ଏବେ ଲକଡାଉନ କଟକଣା ମଧ୍ୟ କୋହଳ ହେବା ନେଇ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ।

corona in italy, lockdown in italy, lockdown de-escalation in italy, lockdown ease, coronavirus news, ଇଟାଲୀରେ କୋରୋନା ସ୍ଥିତି, ଇଟାଲୀରେ ଲକଡାଉନ, ଇଟାଲୀରେ ଲକଡାଉନ ନିୟମ କୋହଳ, ଲକଡାଉନ ନିୟମ କୋହଳ, କୋରୋନା ଭାଇରସ ନ୍ୟୁଜ୍‌
ଇଟାଲୀରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ନିୟମ କୋହଳ

By

Published : May 4, 2020, 8:35 PM IST

ରୋମ: କୋରୋନାର ଭୟାବହତା ପରେ ଏବେ ଧିରେ ଧିରେ ଶାନ୍ତ ପଡିବାରେ ଲାଗିଛି ଝଡ । ଦୈନିକ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଥିବା ବେଳେ ଏବେ ଲକଡାଉନ କଟକଣା ମଧ୍ୟ କୋହଳ ହେବା ନେଇ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି । ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରସ୍ତୁତିରେ ଦେଶରେ କେଉଁସବୁ କ୍ଷେତ୍ରରେ ଲକଡାଉନ ନିୟମ କୋହଳ ହେବ ସେନେଇ ବିସ୍ତୃତ ଘୋଷଣା କରାଯାଇଛି ।

ଏହି ଘୋଷଣା ଅନୁଯାୟୀ ଦେଶରେ ଟେକ୍ସଟାଇଲ ଓ ଫ୍ୟାସନ ଆଇଟମ, ନିର୍ମାଣ କାର୍ଯ୍ୟ ଓ ହୋଲସେଲ ଉଦ୍ୟୋଗ ଆଦି କାର୍ଯ୍ୟକାରୀ ହେବ । ଏଥିସହ କାର୍ଯ୍ୟକ୍ଷେତ୍ରକୁ ପ୍ରାୟ 4.4 ମିଲିୟନ ଲୋକେ ଫେରିବା ନେଇ ଆକଳନ କରାଯାଇଛି । ସେପଟେ ଦେଶରେ ବନ୍ଦ ରହିଥିବା ବାର ଓ ରେସ୍ତୋରାଁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏସବୁ କେବଳ ଡେଲିଭରି ଓ ପାର୍ସଲ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି । ଏହିସବୁ କ୍ଷେତ୍ର ଜୁନ 1ରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରହିଛି । ଯାହା ସେହି ସମୟରେ କୋରୋନା ସ୍ଥିତି ଉପରେ ନିର୍ଭରଶୀଳ ।

ଅପରପାର୍ଶ୍ବରେ ବନ୍ଦ ରହିଥିବା କିଓସ୍କ, ପର୍ସନାଲ ହାଇଜିନ, ଫାର୍ମାସି, ଟୋବାକୋନିଷ୍ଟ, ବହି ଦୋକାନ, ଶିଶୁଙ୍କ ପୋଷାକ ଦୋକାନ ଓ ଗଛ ଦୋକାନ ଆଦି ମେ 19ଯାଏଁ ବନ୍ଦ ରହିବ । ଘରେ ବସି ରହିଥିବାରୁ ଅନେକ ଲୋକେ ଚଲାବୁଲା ଓ ଖୋଲା ପବନରେ ବୁଲି ପାରୁନଥିବାରୁ ସେମାନଙ୍କୁ ସ୍ବାସ୍ଥ୍ୟଗତ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ । ଯାହାର ସମାଧାନ ସ୍ବରୂପ ସୋମବାରଠାରୁ ନିକଟସ୍ଥ ଅଞ୍ଚଳରେ ଚଲାବୁଲା ପାଇଁ ଅନୁମତି ମିଳିଛି । ଲୋକେ ଗ୍ରୀନ ଜୋନ ଯାଇ ବ୍ୟାୟାମ ଓ ଚଲାବୁଲା କରିପାରିବେ । ସେପଟେ କିନ୍ତୁ ବିନା ଅନୁମତିରେ ଛାତ୍ରଛାତ୍ରୀ ଓ ବାହାର ଦେଶର କର୍ମଚାରୀଙ୍କୁ ଯଦି ଅନ୍ୟ ସ୍ଥାନରେ ଦେଖାଯାଏ ତେବେ ସେମାନଙ୍କୁ ସେହି ସ୍ଥାନ ରେ କ୍ବାରେଣ୍ଟାଇନ କରାଯିବ ବୋଲ କଡା ନିର୍ଦ୍ଦେଶ ଜାରି ହୋଇଛି ।

ନିକଟସ୍ଥ ଅଞ୍ଚଳରେ ରହୁଥିବା ସାଙ୍ଗସାଥୀ, ପଡୋଶୀ ଓ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ନିୟମ କୋହଳ କରାଯାଇଛି । ହେଲେ ଅଧିକ ଗହଳି ନକରିବାର ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି । ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ଅନୁମତି ମିଳିଛି । ହେଲେ ଏଥିରେ କେବଳ 15 ଜଣ ଲୋକ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାଯୀ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 2,10,717 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 28,884 ଛୁଇଁଛି ।

@IANS

ABOUT THE AUTHOR

...view details