ମାନିଲା: ଚାରିଆଡେ କୋରୋନାର ଡର । ଛୋଟ ଶିଶୁ ଠାରୁ ଆରମ୍ଭ କରି ଶତାୟୁ ସମସ୍ତେ କୋରୋନା ଭାଇରସ ଭୟରେ ଭୟାକ୍ରାନ୍ତ ଓ ସଂକ୍ରମିତ । କୋରୋନା ବିତ୍ପାତ୍ତରେ ମୃତ୍ୟୁ ହାର ଥମୁନାହିଁ । ଏପରିସ୍ଥଳେ ଅନେକ ସକରାତ୍ମକ ଖବର କୋରୋନା ଯୋଦ୍ଧାଙ୍କୁ ବଳ ଯୋଗାଉଛି । ଏମିତି ଖୁସି ଖବର ହେଲା ଫିଲିପାଇନ୍ସର 16 ଦିନର ଶିଶୁ COVID-19 ରୁ ସୁସ୍ଥ ହେବା । ଏହାସହ ବିଶ୍ବର ସବୁଠାରୁ କନିଷ୍ଠ ରୋଗୀ ଭାବେ କୋରୋନା କବଳରୁ ରକ୍ଷା ପାଇଛନ୍ତି ସେ । ଗୁରୁବାର ଫିଲିପାଇନ୍ସ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି ।
ମାତ୍ର ପାଞ୍ଚ ଦିନର କୋବେ ମଞ୍ଜର୍ସଙ୍କୁ ମାନିଲାସ୍ଥିତ ଜାତୀୟ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର କୋରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ପରବର୍ତ୍ତୀ 11 ଦିନ ପାଇଁ ସେ ଚିକିତ୍ସିତ ହୋଇଥିଲେ । ସ୍ବାସ୍ଥ୍ୟ ବିଭାଗ ଏହାର ଫେସବୁକ୍ ପୃଷ୍ଠାରେ କହିଛି ଯେ, ଏହି ସଫଳତା ପାଇଁ DOH ସାହସୀ ସ୍ବାସ୍ଥ୍ୟସେବା ଦଳକୁ ପ୍ରଶଂସା କରୁଛି ।
ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଫଟୋଗ୍ରାଫ ଅନୁଯାୟୀ ଶିଶୁଟି ମଙ୍ଗଳବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲା ଏବଂ ମେଡିକାଲ ଟିମ୍ ତାଙ୍କୁ "କୋବେ ବିଟ୍ସ COVID" ଲେଖାଥିବା ପୋଷ୍ଟର ସହିତ ପଠାଇଥିଲେ । କୋବେ ଏପ୍ରିଲ 12 ରେ ସୁସ୍ଥ ଭାବରେ ଜନ୍ମ ହୋଇଥିଲେ । ମାତ୍ର ପରେ ପରେ କିନ୍ତୁ ଜ୍ବର ଏବଂ କାଶ ଲକ୍ଷଣ ଦେଖାଦେଇଥିଲା । ପରେ ତାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।