ଓଡିଶା

odisha

ETV Bharat / international

ବ୍ରିଟେନ ପହଞ୍ଚୁଥିବା ବିମାନଯାତ୍ରୀଙ୍କୁ 14 ଦିନିଆ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ - ବ୍ରିଟେନରେ କୋରୋନା ପ୍ରଭାବ

କୋରୋନା ପ୍ରଭାବ ସାମାନ୍ୟ କମୁଥିବାରୁ ଧିରେ ଧିରେ ଅଣ୍ଟା ସଳଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅନେକ ରାଷ୍ଟ୍ର । ଏଥିରେ ସାମିଲ ହୋଇଛି ବ୍ରିଟେନ । ଚଳିତ ମାସ ଶେଷ ସୁଦ୍ଧା ଲକଡାଉନ କଟକଣା କୋହଳ ହେବା ସହ ରାଷ୍ଟ୍ରରେ ବିମାନ ସେବା ସ୍ବାଭାବିକ କରିବା ପାଇଁ ଯୋଜନା ରହିଛି ।

flight service to britain, lockdown in britain, corona effect in britain, quarantine for air passangers, ବ୍ରିଟେନକୁ ବିମାନ ଯାତ୍ରା, ବ୍ରିଟେନରେ ଲକଡାଉନ, ବ୍ରିଟେନରେ କୋରୋନା ପ୍ରଭାବ, ବିମାନଯାତ୍ରୀଙ୍କୁ କ୍ବାରେଣ୍ଟାଇନ
ବ୍ରିଟେନ ପହଞ୍ଚୁଥିବା ବିମାନଯାତ୍ରୀଙ୍କୁ 14 ଦିନିଆ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ

By

Published : May 9, 2020, 11:58 PM IST

ଲଣ୍ଡନ: କୋରୋନା ପ୍ରଭାବ ସାମାନ୍ୟ କମୁଥିବାରୁ ଧିରେ ଧିରେ ଅଣ୍ଟା ସଳଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅନେକ ରାଷ୍ଟ୍ର । ଏଥିରେ ସାମିଲ ହୋଇଛି ବ୍ରିଟେନ । ଚଳିତ ମାସ ଶେଷ ସୁଦ୍ଧା ଲକଡାଉନ କଟକଣା କୋହଳ ହେବା ସହ ରାଷ୍ଟ୍ରରେ ବିମାନ ସେବା ସ୍ବାଭାବିକ କରିବା ପାଇଁ ଯୋଜନା ରହିଛି । ଏହି ସମୟରେ ବିମାନ ଯୋଗେ ବାହାର ରାଷ୍ଟ୍ରରୁ ବ୍ରିଟେନ ଆସୁଥିବା ଲୋକଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ନୂଆ ନିୟମ ।

ଏହି ନିୟମ ଆଧାରରେ ବାହାରୁ ଆସୁଥିବା ଲୋକଙ୍କୁ 14 ଦିନ କ୍ବାରେନଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଯାଉଛି । ଏହି ନିୟମ ବ୍ରିଟିଶ ଏୟାରୱେଜ୍‌, ଇଜିଜେଟ୍‌ ଓ ଅୟ ରାଷ୍ଟ୍ର ଅଧିନସ୍ଥ ଏୟାରଲାଇନ୍ସ ପାଇଁ ଲାଗୁ କରାଯିବ । ତେବେ ବ୍ରିଟେନରେ ପହଞ୍ଚିବା ପରେ ଲୋକଙ୍କୁ ବ୍ୟକ୍ତିଗତ ଭାବେ ନିଜ ଘରେ ଆଇସୋଲେସନରେ ରହିବାକୁ ହେବ । ତେଣୁ ଏନେଇ ରାଷ୍ଟ୍ରକୁ ଆସୁଥିବା ଲୋକେ ପ୍ରଥମେ ନିଜ ଘରରୁ ଠିକଣା ବ୍ରିଟେନ ସରକାର ଓ ସାମରିକ ବିଭାଗକୁ ଯୋଗାଇବା ଦରକାର ।

ତେବେ ଏହି କଟକଣା କେତେ ଦିନ ଯାଏଁ ଲାଗୁ ରହିବ ସେନେଇ କୌଣସି ସଠିକ ସୂଚନା ନାହିଁ । ତେଣେ ଏହି କଟକଣାରେ ପ୍ରତିକ୍ରିୟା ଦେଇ କିଛି ବିମାନବନ୍ଦର କହିଛନ୍ତି କି ଏହା ନା ଯେ କେବଳ ଦେଶରେ ସାମରିକ ବିଭାଗର କ୍ଷତି କରିବ ବରଂ ଏହା ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବ । ଏନେଇ ଆଲୋଚନା କରି ସବିଶେଷ ତଥ୍ୟ ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ବ୍ରିଟେନ ସାମରିକ ମନ୍ତ୍ରୀ କେଲି ଟୋଲହର୍ଷ୍ଟ ।

@IANS

ABOUT THE AUTHOR

...view details