ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ସୋମବାର ଘଟିଥିବା ଗୁଳିକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ 14 ଜଣଙ୍କୁ ଗିରଫ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ରେଡ୍ କରି ଏମାନଙ୍କୁ ଗିରଫ କରିଛି ।
ଗିରଫକୁ ନେଇ ଅଷ୍ଟ୍ରିଆର ଆଭ୍ୟନ୍ତରୀଣ ମନ୍ତ୍ରୀ କର୍ଲ ନେହାମୀର ସ୍ପଷ୍ଟ କରିବା ସହ ଏମାନଙ୍କର 20 ବର୍ଷୀୟ ଇସଲାମିକ ଗନମ୍ୟାନ କୁଜତିମ୍ ଫେଜୁଲାଇ ସହିତ ଲିଙ୍କ ଥିବା ଦର୍ଶାଇଛନ୍ତି । ଯେକି, ଗତ ଡିସେମ୍ବରରେ ଜେଲରୁ ଖସି ଯାଇଥିଲା । ପରେ ଭିଏନା ଅଞ୍ଚଳରୁ ଗିରଫ ହୋଇଥିଲା ।
ଫେଜୁଲାଇ ଗତ ସୋମବାର ଦିନ ଯାତ୍ରୀଙ୍କ ଉପରକୁ ଗୁଳି ମାରିବା ସମୟରେ ପୋଲିସ ଗୁଳିରେ ନିହତ ହୋଇଥିଲା । ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବା ସହ 14 ଜଣଙ୍କୁ ଗିରଫ କରାଯାଇଛି ।
ଫେଜୁଆଲ 2019 ମସିହା ଅପ୍ରେଲ ମାସରେ ସିରିଆ ଯିବାକୁ ଚେଷ୍ଟା କରିବା ସହ ସେଠାକାର ଆଇଏସ(ଇସଲାମିକ ଷ୍ଟେଟ୍) ଜିହାଦୀଙ୍କ ସହିତ ଯୋଗଦେବାକୁ ଚେଷ୍ଟିତ ଥିଲା । ସେପଟେ ଏହି ଗୁଳିକାଣ୍ଡ ପାଇଁ ଏକ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଥିବା ଜଣାପଡିଛି ।