ଓଡିଶା

odisha

ବିନା ସରକାରୀ ସହାୟତାରେ ଅସୁବିଧାର ସମ୍ମୁଖୀନ 13 ବ୍ରିଟେନ ବିଶ୍ବବିଦ୍ୟାଳୟ

By

Published : Jul 7, 2020, 4:57 AM IST

କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ବରେ ନାନା ଅସୁବିଧା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ସମସ୍ୟା ପାଲଟିଛି ଅର୍ଥନୈତିକ ଅଧୋଗତି । ଏମିତିରେ ବ୍ରିଟେନର 13 ବିଶ୍ବ ବିଦ୍ୟାଳୟ ଶିକ୍ଷା ବ୍ୟବସାୟ ପୁଣି ସ୍ବାଭାବିକ କରିବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବାଧକ ସାଜିଛି ଅର୍ଥ ।

corona effect in uk, corona effect on uk universities, uk universities, bailout in uk, ୟୁକେରେ କୋରୋନା ପ୍ରଭାବ, ୟୁକେ ବିଶ୍ବ ବିଦ୍ୟାଳୟରେ କୋରୋନା ପ୍ରଭାବ, ୟୁକେ ବିଶ୍ବ ବିଦ୍ୟାଳୟ, ୟୁକେରେ ସରକାରୀ ସହାୟତା
ବିନା ସରକାରୀ ସହାୟତାରେ ଅସୁବିଧାର ସମ୍ମୁଖୀନ 13 ବ୍ରିଟେନ ବିଶ୍ବବିଦ୍ୟାଳୟ

ଲଣ୍ଡନ: କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ବରେ ନାନା ଅସୁବିଧା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ସମସ୍ୟା ପାଲଟିଛି ଅର୍ଥନୈତିକ ଅଧୋଗତି । ଏମିତିରେ ବ୍ରିଟେନର 13 ବିଶ୍ବ ବିଦ୍ୟାଳୟ ଶିକ୍ଷା ବ୍ୟବସାୟ ପୁଣି ସ୍ବାଭାବିକ କରିବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବାଧକ ସାଜିଛି ଅର୍ଥ । ଏଥିପାଇଁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ସମସ୍ତ ବିଶ୍ବବିଦ୍ୟାଳୟ । ସେପଟେ ସରକାର ଯଦି ସାହାଯ୍ୟ ନକରନ୍ତି ତେବେ ଆଗକୁ ଅସୁବିଧା ବଢିବା ସହ ନିଜ ବ୍ୟବସାୟ ବନ୍ଦ କରିବାକୁ ପଡିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସମ୍ପୃକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ଏହି ବିଶ୍ବବିଦ୍ୟାଳୟମାନଙ୍କ ମଧ୍ୟରେ ସାମାନ୍ୟ ସ୍ବଚ୍ଛଳ ବିଶ୍ବବିଦ୍ୟାଳୟଗୁଡିକ ପାଇଁ ମୁଖ୍ୟତଃ ରୋଜଗାରର ପନ୍ଥା ହେଉଛନ୍ତି ବିଦେଶୀ ଛାତ୍ରଛାତ୍ରୀ । ହେଲେ କୋରୋନା ସଂକ୍ରମଣ ପାଇଁ ହଷ୍ଟେଲ ଖାଲି କରିବା ସହ ସ୍କୁଲ ଓ କଲେଜ ବନ୍ଦ ନିଷ୍ପତ୍ତି ପରେ ସ୍ବଦେଶ ଫେରିଯାଇଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନର ପରିସ୍ଥିତି ଓ ଲାଗୁ ହୋଇଥିବା କଟକଣା ମଧ୍ୟରେ ଏହି ଛାତ୍ରଛାତ୍ରୀମାନଙ୍କ ବିଶ୍ବବିଦ୍ୟାଳୟକୁ ଫେରିବା ଆଶଙ୍କା ଶୂନ ପ୍ରାୟ କହିଲେ ଚଳେ । ଏମିତିରେ ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଭୟଙ୍କର ଆର୍ଥିକ ଅସୁବିଧା ।

ବଡ ବଡ ବିଶ୍ବବିଦ୍ୟାଳୟର ଏପରି ଅବସ୍ଥା ହୋଇଥିବା ବେଳେ ମଧ୍ୟବିତ୍ତ ବିଶ୍ବବିଦ୍ୟାଳୟର ଅବସ୍ଥା ନକହିବା ଭଲ । କେବଳ ବିଶ୍ବବିଦ୍ୟାଳୟ ନୁହେଁ ୟୁକେର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଆର୍ଥିକ ଅନଟନ ପରି ସ୍ଥିତି ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ ଫର ଫିସ୍କାଲ ଷ୍ଟଡିସ(ଆଇଏଫଏସ) । ଏହା ଦ୍ବାରା ପ୍ରକାଶିତ ରିପୋର୍ଟ ମୁତାବକ ଉଚ୍ଚ ଶିକ୍ଷା ବିଭାଗରେ ବର୍ତ୍ତମାନ ସୁଦ୍ଧା 3 ବିଲିୟନରୁ 19 ବିଲିୟନର କ୍ଷତି ସହିବାକୁ ପଡିଛି । ତେଣୁ ଯଦି ସରକାର ଏ ଦିଗରେ ଦୃଷ୍ଟି ନ ଦିଅନ୍ତି ତେବେ ଆଗକୁ ସ୍ଥିତି ଅଧିକ ଗୁରୁତର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

@IANS

ABOUT THE AUTHOR

...view details