ଓଡିଶା

odisha

ସ୍ପାନିଶ ଫ୍ଲୁକୁ ହରାଇଥିଲେ, ଏବେ ମାତ କୋଭିଡ-19କୁ ଦେଲେ ମାତ

By

Published : Apr 25, 2020, 9:46 PM IST

102 ବର୍ଷ ତଳେ ଜଣେ 5 ବର୍ଷିୟା ଛୋଟ ପିଲା ଭୟଙ୍କର ସ୍ପାନିଶ ଫ୍ଲୁକୁ ହରାଇଥିଲା । ଆଉ ଏବେ କୋଭିଡ-19କୁ ମାତ ଦେଇଛନ୍ତି ବୟସ୍କା ମହିଳା । ଅଧିକ ପଢନ୍ତୁ...

ସ୍ପାନିଶ ଫ୍ଲୁକୁ ହରାଇଥିଲେ, ଏବେ ମାତ ଖାଇଲା କୋଭିଡ 19
ସ୍ପାନିଶ ଫ୍ଲୁକୁ ହରାଇଥିଲେ, ଏବେ ମାତ ଖାଇଲା କୋଭିଡ 19

ମାଦ୍ରିଦ: ଆମେ ସମସ୍ତେ ଶୁଣିଛୁ ଚତ୍ମକାର ଘଟିଥାଏ । କିନ୍ତୁ କେବେହେଲେ ନିଜେ ଏହା ଦେଖିନାହୁଁ କି ଅନୁଭବ କରିନାହୁଁ । ବିଶେଷ କରି ବିଶ୍ବର ଏପରି ସମୟରେ ଯେବେ କି ଗୋଟିଏ ଭୂତାଣୁ ସମସ୍ତଙ୍କୁ ଥରହର କରିଦେଇଛି ସେତେବେଳେ ଚତ୍ମକାରର ନିଶ୍ଚୟ ଆଶା ରହିଛି ।

ତେବେ ସ୍ପେନର ଇଂରାଜୀ ଖବରକାଗଜ ଦି ଓଲିଭ ପ୍ରେସ ଅନୁସାରେ ଜଣେ 107 ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ ଏହି ଚତ୍ମକାର ଘଟିଛି । 102 ବର୍ଷ ତଳେ ଜଣେ 5 ବର୍ଷିୟା ଛୋଟ ପିଲା ସେତେବେଳର ଭୟଙ୍କର ସ୍ପାନିଶ ଫ୍ଲୁକୁ ହରାଇଥିଲା । ଆଉ ଏବେ କୋଭିଡ-19କୁ ମାତ ଦେଇଛନ୍ତି ବୟସ୍କା ମହିଳା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସେ ଏପରି ସମୟରେ 2ଟି ଭୟଙ୍କର ମହାମାରୀକୁ ହରାଇଛନ୍ତି, ଯେବେକି ତାହା ବିଶ୍ବରେ ପ୍ରଳୟ ମଚାଇଛି । ଆଉ ସବୁଠାରୁ ବଡ କଥା ଯେଉଁ ଦୁଇ ବୟସର ଲୋକଙ୍କ ପ୍ରତି ଏହି ରୋଗ ମାରାତ୍ମକ ସେହି ବୟସରେ ସେ ଏହାକୁ ହରାଇଛନ୍ତି ।

ସ୍ପେନର ରୋଣ୍ଡାରେ ରହୁଥିବା ଆନା ଡେଲ ଭଲ୍ଲେଙ୍କ କ୍ଷେତ୍ରରେ ଏହି ଚତ୍ମକାର ହୋଇଛି । ସେ ଆଲକାଲା ଡେଲ ଭାଲେର ଥିବାବେଳେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସେ ହାର ମାନିନଥିଲେ । ଏକା ଏକା ଲଢେଇ ଜାରି ରଖିଥିଲେ । କେବେ ଅଳ୍ପ ଖାଉଥିଲେ ତ କେବେ ବେଶୀ । ପୁଣି ବେଳେ ବେଳେ ଏକା ଚାଲି ଚାଲି ବୁଲୁଥିଲେ । ସେ ଭିତରୁ ଦୃଢମନା ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସୁସ୍ଥ ହେବା ପରେ ସ୍ବାସ୍ଥ୍ୟ କର୍ମୀଙ୍କୁ ତାଙ୍କ ଘର ଲୋକେ ଅନେକ ଧନ୍ୟବାଦ ଦେଇଛନ୍ତି ।

ଆନା 1913 ଅକ୍ଟୋବରରେ ଜନ୍ମଗ୍ରହଣ କରିଥିଲେ । ଆଉ କିଛି ମାସ ପରେ ସେ 107 ବର୍ଷରେ ପାଦ ଦେବେ । ଏହାସହ ବିଶ୍ବର ଅନ୍ୟତମ ବୟସ୍କ ବ୍ୟକ୍ତି ଭାବେ ସେ କୃତିତ୍ବ ହାସଲ କରିବେ । ସୂଚନାଯୋଗ୍ୟ ଯେ 1918 ଜାନୁୟାରୀରୁ ଡିସେମ୍ବର 1920 ଯାଏଁ 36 ମାସ ସ୍ପାନିଶ ଫ୍ଲୁ 500 ମିଲିୟନ ଲୋକଙ୍କୁ ସଂକ୍ରମିତ କରିଥିଲା । ସେତେବେଳେ ବିଶ୍ବରେ ଏକ ମହାମାରୀ ଭାବେ ଏହା ଚହଳ ପକାଇଥିଲା ।

ABOUT THE AUTHOR

...view details