ଲଣ୍ଡନ: କୋରୋନା ଯୁଦ୍ଧରେ ଅନେକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ପ୍ରାଣ ହରାଇଛନ୍ତି ଅନେକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ ଆଗଧାଡିର କର୍ମୀ । ଏମାନଙ୍କ ଅବଦାନ ପାଇଁ ଏମାନଙ୍କୁ ଦେଶ ସବୁବେଳେ ମନେ ରଖିବ ବୋଲି ପ୍ରକାଶ କରି ମଙ୍ଗଳବାର ଏକ ମିନିଟର ନୀରବ ପ୍ରାର୍ଥନା କରିଛି ୟୁକେ । ସକାଳ 11ଟା ସମୟରେ ହୋଇଥିବା ଏହି ନୀରବ ପ୍ରାର୍ଥନାରେ ଦେଶବାସୀ ଯୋଗ ଦେଇ ପ୍ରାଣ ହରାଇଥିବା କର୍ମୀଙ୍କୁ ଅବଦାନକୁ ମନେ ପକାଇଥିଲେ । ସେପଟେ ସୋମବାର ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ମଧ୍ୟ ଏହି ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ ।
କୋରୋନା ମୃତକଙ୍କ ପାଇଁ ୟୁକେର ନୀରବ ପ୍ରାର୍ଥନା - ୟୁକେର କୋରୋନା
କୋରୋନା ଯୁଦ୍ଧରେ ଅନେକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ପ୍ରାଣ ହରାଇଛନ୍ତି ଅନେକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ ଆଗଧାଡିର କର୍ମୀ । ଏମାନଙ୍କ ଅବଦାନ ପାଇଁ ଏମାନଙ୍କୁ ଦେଶ ସବୁବେଳେ ମନେ ରଖିବ ବୋଲି ପ୍ରକାଶ କରି ମଙ୍ଗଳବାର ଏକ ମିନିଟର ନୀରବ ପ୍ରାର୍ଥନା କରିଛି ୟୁକେ ।
ସୂଚନା ଅନୁୟାୟୀ ଦେଶରେ ଏପର୍ଯ୍ୟନ୍ତ 100ରୁ ଊର୍ଦ୍ଧ୍ବ ଏନଏଚଏସ ଓ କେୟାର ଷ୍ଟାଫ୍ଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେପଟେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 1,58,348 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 21,092ରେ ପହଞ୍ଚିଛି । ସୋମବାର ଦେଶରେ 360 ନୂଆ ମୃତ୍ୟୁ ମାମଲା ସାମନାକୁ ଆସିଥିବା ବେଳେ ସେଥିରେ ରହିଥିଲେ 82 ଜାତୀୟ ସ୍ବାସ୍ଥ୍ୟ ସେବା କର୍ମଚାରୀ ଓ 16 କେୟାର ଷ୍ଟାଫ । ତେବେ ଦେଶରେ ପାଳନ ହୋଇଥିବା ନୀରବ ପ୍ରାର୍ଥନାର ଜଣେ ଆୟୋଜକଙ୍କ କହିବାନୁଯାୟୀ ବର୍ତ୍ତମାନ ସମୟରେ କୋରୋନା ଚିକିତ୍ସାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ସାମଗ୍ରୀ ଯଥା ପିପିଇ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି ।
ଅନ୍ୟପଟେ ଏନଏଚଏସ ଇଂଲଣ୍ଡ ମେଡିକାଲ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଏହି ନୀରବ ପ୍ରାର୍ଥନା ଦର୍ଶାଉଛି କି ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ଅବଦାନ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ରାଣ ବଦଳରେ ଦେଶକୁ ଦେଇଥିବା ସେବା ପାଇଁ ଦେଶ ସବୁବେଳେ ସେମାନଙ୍କୁ ମନେ ରଖିବ । ତେବେ ଏହି ନୀରବ ପ୍ରାର୍ଥନା ସମୟରେ ଦେଶର ଅନେକ ଡାକ୍ତରଖାନାରେ ଏକ ପତାକାକୁ ଅର୍ଦ୍ଧନମିତ କରାଯାଇ ଉଡାଯାଇଥିଲା ।