ଓଡିଶା

odisha

By

Published : Jun 17, 2020, 7:19 AM IST

ETV Bharat / international

ଉହାନରେ ସୁସ୍ଥ ହେଲେ ସମସ୍ତ ଅଣ-ଲକ୍ଷଣଯୁକ୍ତ କୋରୋନା ଆକ୍ରାନ୍ତ

ଚୀନରେ କିଛି ଦିନର ବିରତି ପରେ କୋରୋନା ସଂକ୍ରମଣ ପୁଣି ନିଜ କାୟା ମେଲାଉଥିବା ବେଳେ ଉହାନରେ ଚିହ୍ନଟ ହୋଇଥିଲେ ଅନେକ ଅଣ-ଲକ୍ଷଣଯୁକ୍ତ ଆକ୍ରାନ୍ତ । ଏମାନଙ୍କର ଚିକିତ୍ସା ସଫଳ ହେବା ସହ ବର୍ତ୍ତମାନ ଉହାନରେ ସମସ୍ତ ଅଣ-ଲକ୍ଷଣଯୁକ୍ତ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି ।

corona in wuhan, corona update in wuhan, coronavirus news, ଉହାନରେ କୋରୋନା ସ୍ଥିତି, ଉହାନରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଉହାନରେ ସୁସ୍ଥ ହେଲେ ସମସ୍ତ ଅଣ-ଲକ୍ଷଣଯୁକ୍ତ କୋରୋନା ଆକ୍ରାନ୍ତ

ଉହାନ: ସାରା ବିଶ୍ବରେ ବର୍ତ୍ତମାନ ପ୍ରଳୟ ସୃଷ୍ଟି କରିଥିବା କୋରୋନା ମହାମାରୀ ଗତବର୍ଷ ଡିସେମ୍ବରରେ ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନରେ ଆରମ୍ଭ ହୋଇଥିବା କୁହାଯାଉଛି । ଚୀନରେ କିଛି ଦିନର ବିରତି ପରେ କୋରୋନା ସଂକ୍ରମଣ ପୁଣି ନିଜ କାୟା ମେଲାଉଥିବା ବେଳେ ଉହାନରେ ଚିହ୍ନଟ ହୋଇଥିଲେ ଅନେକ ଅଣ-ଲକ୍ଷଣଯୁକ୍ତ ଆକ୍ରାନ୍ତ । ଏମାନଙ୍କର ଚିକିତ୍ସା ସଫଳ ହେବା ସହ ବର୍ତ୍ତମାନ ଉହାନରେ ସମସ୍ତ ଅଣ-ଲକ୍ଷଣଯୁକ୍ତ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି ।

ସୂଚନା ମୁତାବକ ମଙ୍ଗଳବାର ଏଠାରେ ଚିକିତ୍ସାଧୀନ ଥିବା ଶେଷ 3 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉହାନ ସ୍ବାସ୍ଥ୍ୟ ଆୟୋଗ ଏନେଇ ସୂଚନା ଦେବା ସହ ସ୍ପଷ୍ଟ କରିଛନ୍ତି କି ସହରରେ ବର୍ତ୍ତମାନ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି କିମ୍ବା ଅନ୍ୟ କୌଣସି ଆକ୍ରାନ୍ତ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣରେ ରହିନାହାନ୍ତି । ସେପଟେ ମଙ୍ଗଳବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ତିନି ଜଣ ଆକ୍ରାନ୍ତଙ୍କର ଚିକିତ୍ସା ପରେ କ୍ରମାଗତ ଦୁଇଟି ନ୍ୟୁକ୍ଲିକ ଏସିଡ ଟେଷ୍ଟ ନେଗେଟିଭ ଆସିଥିଲା ।

ଉହାନରେ ମେ 14ରୁ ଜୁନ 1 ମଧ୍ୟରେ ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ ଡ୍ରାଇଭ ଲଞ୍ଚ କରାଯାଇଥିଲା । ଏହାଦ୍ବାରା ସହରରେ 300 ଅଣ-ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା 1174 ଜଣଙ୍କୁ ଟ୍ରେସ କରାଯାଇଥିଲା । ତେବେ ଚିହ୍ନଟ 300 ଜଣଙ୍କ ଦ୍ବାରା ସହରରେ ଅନ୍ୟ କେହି ସଂକ୍ରମିତ ହୋଇଥିବାର କୌଣସି ସୂଚନା ରହିନାହିଁ । ଏଥିସହ ସୋମବାର ସୁଦ୍ଧା ସହରରେ ଅନ୍ୟ କୌଣସି ସକ୍ରିୟ ମାମଲା ନଥିବା ମଧ୍ୟ ଆୟୋଗ ସ୍ପଷ୍ଟ କରିଛି । ବର୍ତ୍ତମାନ ଚୀନରେ ମୋଟ 83,221 ଜଣ କୋରୋନାରେ ଆକ୍ରାନ୍ତ ହେବା ସହ 4634 ଜଣଙ୍କ ମୃତ୍ୟୁ ହୋଇସାରିଛି ।

@IANS

ABOUT THE AUTHOR

...view details