ନୂଆଦିଲ୍ଲୀ: କୋରୋନା କାଳରେ ଅଣନିଶ୍ବାସୀ ହୋଇଗଲାଣି ମାନବ ସମାଜ। ଥମିବାର ନାଁ ଧରୁନି ଏହି ଅଦୃଶ୍ୟ ମହାମାରୀ। ବିଶ୍ବରେ ଦିନକୁ ଦିନ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ତାଳ ଦେଇ ବଢୁଛି। ବିଶ୍ବରେ ଏବେ ସୁଦ୍ଧା ୨ କୋଟି 18 ଲକ୍ଷ 15 ହଜାର 984 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୭ ଲକ୍ଷ ୭2 ହଜାର 856 ଜଣଙ୍କର ମୃତ୍ୟୁ ହୋଇସାରିଛି ।
ଅନ୍ୟପଟେ ୧ କୋଟି ୪୭ ଲକ୍ଷ ୭୮ ହଜାର ୩୫୪ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ ୮୧ ହଜାର ୩୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ କି ୬୨ ହଜାର ୨୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।