ଓଡିଶା

odisha

ETV Bharat / international

ବିଶ୍ବରେ ବଢୁଛି କୋରୋନା ଆତଙ୍କ, କୋଟିଏ ମୁହାଁ ଆକ୍ରାନ୍ତ - worldwide Coronavirus Cases

ସାର ବିଶ୍ବରେ 9,717,053 ଲକ୍ଷ ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ 491,901 ଲୋକ ପ୍ରାଣ ହରାଇଛନ୍ତି। ଆମେରିକା କୋରୋନା ଭାଇରସ ଯୋଗୁଁ ଅଧିକ ବିପତ୍ତି ସହିଛି ।

Breaking News

By

Published : Jun 26, 2020, 1:44 PM IST

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କୋରୋନା କହର। ଲଗାମ ଲାଗୁନି ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ବାହାରୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି।

ବର୍ତ୍ତମାନ ସୁଦ୍ଧା ସାର ବିଶ୍ବରେ 9,717,053 ଲକ୍ଷ ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ 491,901 ଲୋକ ପ୍ରାଣ ହରାଇଛନ୍ତି। ଏପଟେ 5,251,625 ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିପରି 3,973,527 ସକ୍ରିୟ ମାମଲା ରହିଥିବା ବେଳେ 57, 391 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସେହିପରି ଶୁକ୍ରବାର ଭାରତରେ 17, 296 ନୂଆ ମାମଲା ସହ 407 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆମେରିକା କୋରୋନା ଭାଇରସ ଯୋଗୁଁ ଅଧିକ ବିପତ୍ତି ସହିଛି । ଏଠାରେ ୨୪ ଲକ୍ଷ ୬୩ ହଜାର ୨୦୭ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୪ ହଜାର ୨୮୦ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ୧୦ ଲକ୍ଷ ୪୦ ହଜାର ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨ ଲକ୍ଷ ୯୮ ହଜାର ୮୭୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତା’ପରେ ବ୍ରାଜିଲ (1,228,114), ରଷ (613,148) ଏବଂ ଭାରତ (473,105) ଚତୁର୍ଥ ସ୍ଥାନରେ ରହିଛି।

ଏହି ସମୟରେ, ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓ ଗୁରୁବାର ଦିନ ଉଦବେଗ ପ୍ରକାଶ କରିଛନ୍ତି । ଯେ ଆସନ୍ତା ସପ୍ତାହରୁ ବିଦେଶୀ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ହଟାଇବାକୁ ବିଚାର କରୁଥିବା ୟୁରୋପୀୟ ୟୁନିଅନ ଆମେରିକୀୟମାନଙ୍କୁ ପଥ ପ୍ରବେଶ କରିବାକୁ ମନା କରିପାରନ୍ତି। “ଆମର ଅର୍ଥନୀତି ଏବଂ ଆମ ସମାଜ କିପରି ଏବଂ କେବେ ଖୋଲିବ ତାହା ସ୍ଥିର କରିବା ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ ସମସ୍ତେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ABOUT THE AUTHOR

...view details