ଓଡିଶା

odisha

ବିଶ୍ବର ବୟସ୍କ କଳା ଗଣ୍ଡାର ମୃତ୍ୟୁ

By

Published : Dec 30, 2019, 11:35 PM IST

57 ବର୍ଷ ବୟସରେ ଆଖି ବୁଜିଲା ବିଶ୍ବର ବୟସ୍କ କଳା ଗଣ୍ଡା ‘ଫୋଷ୍ଟା’। ଫୋଷ୍ଟା କିଛି ଦିନ ହେବ ଦୃଷ୍ଟିଶକ୍ତି ହରାଇଥିଲା। ଆଗକୁ ପଢନ୍ତୁ...

worlds oldest black rhino fausta dies
ବିଶ୍ବର ବୟସ୍କ କଳା ଗଣ୍ଡାର ମୃତ୍ୟୁ

ୱାଶିଂଟନ: ଆଖି ବୁଜିଲା ବିଶ୍ବର ବୟସ୍କ କଳା ଗଣ୍ଡା। ମୃତ୍ୟୁ ବେଳକୁ ତାକୁ 57 ବର୍ଷ ବୟସ ହୋଇଥିଲା। ତାଞ୍ଜାନିଆରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛି। ଏହି ଗଣ୍ଡାର ନାମ ଫୋଷ୍ଟା ।

ପାଖାପାଖି 54 ବର୍ଷ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ବିତିଛି ଏହି ଗଣ୍ଡାର ଜୀବନ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖଦେବାରୁ ତାକୁ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା । ଫୋଷ୍ଟା ଦୃଷ୍ଟିଶକ୍ତି ହରାଇଥିଲା । ତେଣୁ ତାକୁ ଭଲ ଭାବେ ଯତ୍ନ ନିଆଯାଉଥିଲା । କିନ୍ତୁ ଶେଷରେ ସେ 57 ବର୍ଷ ବୟସରେ ଆଖି ବୁଜିଛି।

ବିଶ୍ବର ବୟସ୍କ କଳା ଗଣ୍ଡାର ମୃତ୍ୟୁ

ବୈଜ୍ଞାନିକ ଡ.ଫ୍ରେଡି ମାଙ୍ଗୋନିଙ୍କ କହିବା ଅନୁସାରେ, ସାଧାରଣତଃ ଗଣ୍ଡାଙ୍କ ଜୀବନକାଳ ଜଙ୍ଗଲରେ 37 ବର୍ଷରୁ 43 ରହିଥିବା ବେଳେ ପ୍ରାଣୀ ଉଦ୍ୟାନରେ 50 ପର୍ଯ୍ୟନ୍ତ ଥାଏ । ୱାର୍ଲ୍ଡ ୱାଇଲ୍ଡ ଲାଇଫ ଫଣ୍ଡ ଅନୁସାରେ, କଳା ଗଣ୍ଡା ବିଲୁପ୍ତ ପ୍ରାୟ ପ୍ରାଣୀ ବର୍ଗରେ ଗଣା ଯାଇଥାନ୍ତି।

ABOUT THE AUTHOR

...view details