ପ୍ରଥମ ବିଶ୍ୱଯୁଦ୍ଧ (1914-18) ପରେ ୟୁରୋପରେ ସୃଷ୍ଟି ହୋଇଥିବା ଅସ୍ଥିରତା ଅନ୍ୟ ଏକ ଆନ୍ତର୍ଜାତୀୟ ବିବାଦ ଦ୍ୱିତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ ହୋଇଥିଲା । ପ୍ରଥମ ବିଶ୍ବଯୁଦ୍ଧର ପ୍ରାୟ ଦୁଇ ଦଶନ୍ଧି ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ଏହା ଯୁଦ୍ଧ ଭୟଙ୍କାରୀ ବିନାଶକାରୀ ପ୍ରମାଣିତ ହୋଇଥିଲା । ଅର୍ଥନୈତକି ଓ ରାଜନୈତିକ ଅସ୍ଥିରତା ଭିତରେ ନାଜି ପାର୍ଟିର ନେତା ଆଡଲଫ୍ ହିଟଲର କ୍ଷମତାକୁ ବିଶ୍ୱ ଆଧିପତ୍ୟର ଅଭିଳାଷକୁ ଆଗକୁ ବଢାଇବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ସେ ଇଟାଲୀ ଏବଂ ଜାପାନ ସହିତ ରଣନୀତିକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ସେପ୍ଟେମ୍ବର 1939 ରେ ହିଟଲର ପୋଲାଣ୍ଡ ଉପରେ ଆକ୍ରମଣ କରିବା ପରେ ଗ୍ରେଟ ବ୍ରିଟେନ ଏବଂ ଫ୍ରାନ୍ସ ଦ୍ୱିତୀୟ ଜର୍ମାନୀ ବିରୁଦ୍ଧରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ଘୋଷଣା କରିଥିଲେ ।
ଦ୍ବିତୀୟ ବିଶ୍ବଯୁଦ୍ଧରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭାଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (THE ALLIES) ଓ କେନ୍ଦ୍ରଶକ୍ତି ( Axis Powers) । କେନ୍ଦ୍ରଶକ୍ତିରେ ଜର୍ମାନୀ, ଜାପାନ, ଇଟାଲୀ, ବୁଲଗେରିଆ, ହଙ୍ଗେରୀ, ରୋମାନିଆ ଓ ଜର୍ମାନୀରୁ ସୃଷ୍ଟି ରାଜ୍ୟ-କ୍ରୋଏସିଆ ଓ ସ୍ଲୋଭାକିଆ । ସେହିପରି ଯୁକ୍ତରାଷ୍ଟ୍ର, ଗ୍ରେଟ ବ୍ରିଟେନ ସୋଭିଏତ ୟୁନିଅନକୁ ନେଇ ମିତ୍ର ଶକ୍ତି । 1939ରୁ 1944 ରେ ପହଞ୍ଚିବା ବେଳକୁ ଏହି ଯୁଦ୍ଧ 50 ଟି ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଥିଲା । 1945 ରେ ଆହୁରି 13ଟି ଦେଶ ଅଷ୍ଟ୍ରେଲିଆ, ବେଲଜିୟମ, ବ୍ରାଜିଲ, ବ୍ରିଟିଶ କମନୱେଲଥ ନେସନ, କାନାଡା, ଭାରତ, ନ୍ୟୁଜିଲ୍ୟାଣ୍ଡ, ସାଉଥ ଆଫ୍ରିକା, ଚେକୋସ୍ଲୋଭାକିଆ , ଡେନମାର୍କ, ଫ୍ରାନ୍ସ, ଗ୍ରୀସ, ନେଦରଲ୍ୟାଣ୍ଡ, ନରୱେ, ପୋଲାଣ୍ଡ, ଫିଲିଫାଇନ୍ସ ଓ ଯୁଗୋସ୍ଲୋଭିଆ ମଧ୍ୟ ଯୁଦ୍ଧରେ ସାମିଲ ହୋଇଥିଲେ ।
ଏହି ଯୁଦ୍ଧରେ ଜର୍ମାନୀର ନେତୃତ୍ବ ଆଡଲଫ୍ ହିଟଲର ନେଇଥିବାବେଳେ ଜାପାନ ପକ୍ଷରୁ ତାଙ୍କ ତତତ୍କାଳୀନ ପ୍ରଧାନମନ୍ତ୍ରୀ ଆଡମିରାଲ ହିଡେକି ଡୋଜୋ । ସେହିପରି ଇଟାଲୀର ତତତ୍କାଳୀନ ପିଏମ ବେଣ୍ଟିଓ ମୁସୋଲିନ ।
ଦ୍ବିତୀୟ ବିଶ୍ବଯୁଦ୍ଧର କ୍ଷତି
ଦ୍ବିତୀୟ ବିଶ୍ୱଯୁଦ୍ଧ ଇତିହାସର ସବୁଠାରୁ ମାରାତ୍ମକ ଅନ୍ତର୍ଜାତୀୟ ବିବାଦ ବୋଲି ପ୍ରମାଣିତ ହୋଇଥିଲା । ଯେଉଁଥିରେ 60 ରୁ 80 ନିୟୁତ ଲୋକଙ୍କ ଜୀବନ ଯାଇଥିଲା, ଯେଉଁଥିରେ 6 ମିଲିୟନ ଯିହୁଦୀ ହୋଲକୋଷ୍ଟ ସମୟରେ ନାଜିମାନଙ୍କ ହାତରେ ମୃତ୍ୟୁବରଣ କରିଥିଲେ।
ଯୁଦ୍ଧରେ ପ୍ରାୟ 50-55 ନିୟୁତ ସାଧାରଣ ନାଗରିକମାନଙ୍କ ଜୀବନ ଯାଇଥିଲା । ଯୁଦ୍ଧ ସମୟରେ 21 ରୁ 25 ନିୟୁତ ସୈନ୍ୟ ପ୍ରାଣ ହାରିଥିଲେ। ଲକ୍ଷାଧିକ ଆହତ ହୋଇଥିଲେ, ଏବଂ ଅନେକ ଘରଦ୍ବାର ଓ ସମ୍ପତ୍ତି ଧୂଳିସାତ ହୋଇଥିଲା ।
1939-1945 ମଧ୍ୟରେ ସାମରିକ କ୍ଷତି
ସୋଭିଏତ ୟୁନିଅନ 7,500,000 ମୃତ ଓ 5,000,000 ଆହତ
ଯୁକ୍ତରାଷ୍ଟ୍ର 405,399 ମୃତ, 670, 846 ଆହତ
ଅଷ୍ଟ୍ରେଲିଆ 23,365 ମୃତ , 39,803 ଆହତ
ଅଷ୍ଟ୍ରିଆ 380,000 ମୃତ, 350,117 ଆହତ
ବେଲଜିୟମ 7,760 ମୃତ, 14,500 ଆହତ
ବୁଲଗେରିଆ 10,000 ମୃତ, 21,878 ଆହତ
କାନାଡା 37,476 ମୃତ, 53,174 ଆହତ
ଚୀନ୍ 2,200,000 ମୃତ, 1,762,000 ଆହତ
ଫ୍ରାନ୍ସ 210,671 ମୃତ, 390,000 ଆହତ
ଜର୍ମାନୀ 3,500,000 ମୃତ, 7,250,000 ଆହତ
ଗ୍ରେଟ ବ୍ରିଟେନ 329,208 ମୃତ, 348,403 ଆହତ
ହଙ୍ଗେରୀ 140,000 ମୃତ, 89,313 ଆହତ
ଇଟାଲୀ 77,494 ମୃତ,120,000 ଆହତ
ଜାପାନ 1,219,000 ମୃତ, 295,247 ଆହତ
ପୋଲାଣ୍ଡ 320,000 ମୃତ, 530,000 ଆହତ
ରୋମାନିଆ 300,000 ମୃତ, ଅଜ୍ଞାତ ଆହତ
ଅନ୍ୟାନ୍ୟ ତଥ୍ୟ
ପ୍ରାୟ 70 ନିୟୁତ ଲୋକ ମିତ୍ର ଏବଂ କେନ୍ଦ୍ରଶକ୍ତି ରାଷ୍ଟ୍ରର ସଶସ୍ତ୍ର ବାହିନୀରେ ଲଢେଇ କରିଥିଲେ ।
ଫିନଲ୍ୟାଣ୍ଡ ଆନୁଷ୍ଠାନିକ ଭାବରେ ମିତ୍ର କିମ୍ବା କେନ୍ଦ୍ରଶକ୍ତିର ରାଷ୍ଟ୍ରମାନଙ୍କରେ ଯୋଗ ଦେଇନଥିଲା କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସୋଭିଏତ ୟୁନିଅନ ସହିତ ଯୁଦ୍ଧ କରିଥିଲା।
1940 ମସିହାରେ ସାହାଯ୍ୟର ଆବଶ୍ୟକତା ପଡିବାରୁ,ଫିନିଶ ସୋଭିତ ସେନାକୁ ହଟାଇବାକୁ ଯାଇ ନାଜି ଜର୍ମାନୀ ସହ ସାମିଲ ହୋଇଥିଲା । 1944 ରେ ଯେତେବେଳେ ଫିନଲ୍ୟାଣ୍ଡ ଏବଂ ସୋଭିଏତ ୟୁନିଅନ ମଧ୍ୟରେ ଶାନ୍ତି ଘୋଷିତ ହେଲା, ଫିନଲ୍ୟାଣ୍ଡ ସୋଭିଏତ ସହିତ ମିଶି ଜର୍ମାନମାନଙ୍କୁ ବହିଷ୍କାର କଲା ।
ଯୁଦ୍ଧ ସମୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ, ପର୍ତ୍ତୁଗାଲ ଏବଂ ସ୍ୱିଡେନ ନିରପେକ୍ଷତା ଘୋଷଣା କରିଥିଲେ।
ଏହି ଯୁଦ୍ଧରେ ସୋଭିଏତ ୟୁନିଅନ ସାତ ଲକ୍ଷରୁ ଅଧିକ ସେନାକୁ ହରାଇଥିଲା।
ଆଜି ପର୍ଯ୍ୟନ୍ତ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ସଠିକ ଭାବେ ଆକଳନ ହୋଇପାରିନାହିଁ । କାରଣ ଅନେକ ଜୀବନ ହାନି ବୋମା ବିସ୍ଫୋରଣ, ହତ୍ୟାକାଣ୍ଡ, ଅନାହାରର ଯୋଗୁଁ ହୋଇଥିଲା ।
ଏପରି ବି କୁହାଯାଏ, ନାଜିର କନସେଣ୍ଟ୍ରେସନ କ୍ୟାମ୍ପରେ ପ୍ରାୟ 6 ଲକ୍ଷ ଯିହୁଦୀ ଲୋକଙ୍କର ମୃତ୍ୟୁ ଘଟିଥିଲା। ଶହ ଶହ ରୋମା ଲୋକ ଏବଂ ମାନସିକ କିମ୍ବା ଶାରୀରିକ ଅକ୍ଷମ ବ୍ୟକ୍ତି ମଧ୍ୟ ନିହତ ହୋଇଥିଲେ।
କେନ୍ଦ୍ରଶକ୍ତି ସହିତ ଯୁଦ୍ଧ କରୁଥିବା ରାଷ୍ଟ୍ରଗୁଡିକୁ ଆମେରିକା ଅସ୍ତ୍ରଶସ୍ତ୍ର, ଉପକରଣ ଲିଜରେ ଅନୁମତି ଦେବାକୁ ଯାଇ ଅଣ-ଲିଜ୍ ଆକ୍ଟ ତିଆରି କରାଯାଇଥିଲା। ଯେଉଁଥିରେ 38 ଟି ଦେଶ ପ୍ରାୟ 50 ବିଲିୟନ ଡଲାର ସହାୟତା ପାଇଲେ। ଅଧିକାଂଶ ଗ୍ରେଟ୍ ବ୍ରିଟେନ ଏବଂ ସୋଭିଏତ୍ ୟୁନିଅନ୍ ଯାଇଥିଲା ।
1948 ମସିହାରେ ଯୁଦ୍ଧ ମାର୍ଗରେ ୟୁରୋପର ପୁନଃ ନିର୍ମାଣରେ ଆମେରିକା ମାର୍ଶଲ ଯୋଜନା ତିଆରି କରିଥିଲା। ପରିଶେଷରେ, 18 ଟି ଦେଶ ଖାଦ୍ୟ, ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ସାମଗ୍ରୀରେ 13 ବିଲିୟନ ଡଲାର ପାଇଲେ।
ମାର୍ଚ୍ଚ 1974 ରେ, ଜାପାନର ସେନା ହିରୋ ଓନୋଡା ଯୁଦ୍ଧ କରୁଥିବା ନେଇ ଫିଲିପାଇନ୍ସର ଲୁବାଙ୍ଗ ଦ୍ୱୀପରେ ଏକ ସର୍ଚ୍ଚ ପାର୍ଟି ଦ୍ୱାରା ଜଣାପଡିଥିଲା । ତାଙ୍କର ପୂର୍ବତନ କମାଣ୍ଡିଂ ଅଫିସରଙ୍କ ଦ୍ବାରା ଯୁଦ୍ଧ ସମାପ୍ତ ହେବା ପରେ ତାଙ୍କୁ ମାନିଲାକୁ ପଠାଯାଇ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରାଯାଇଥିଲା। ଓନୋଡା 16 ଜାନୁଆରୀ 2014 ରେ 91 ବର୍ଷ ବୟସରେ ଦେହାନ୍ତ କରିଥିଲେ।
ଦ୍ବିତୀୟ ବିଶ୍ବଯୁଦ୍ଧର ଏକ ସଂକ୍ଷିପ୍ତ ଇତିହାସ
ସେପ୍ଟେମ୍ବର 1, 1939 - ଜର୍ମାନୀ ପୋଲାଣ୍ଡ ଉପରେ ଆକ୍ରମଣ କଲା ।ଡେନମାର୍କ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ନରୱେ, ବେଲଜିୟମ ଏବଂ ଫ୍ରାନ୍ସ ଖୁବଶୀଘ୍ର ଜର୍ମାନ ନିୟନ୍ତ୍ରଣରେ
ରହିଥିଲେ।