ଓଡିଶା

odisha

ETV Bharat / international

ବିଶ୍ବରେ ମଜବୁତ୍ ହେଉଛି କୋରୋନା ଚେର, ଏପର୍ଯ୍ୟନ୍ତ କୋଟିଏ ୬୮ ଲକ୍ଷ ଆକ୍ରାନ୍ତ - corona news

ବିଶ୍ବରେ ବ୍ୟାପୁଛି କୋରୋନା। ପରିସ୍ଥିତି ବେଳକୁ ବେଳ ଉତ୍କଟ ହେବାକୁ ବସୁଥିବା ବେଳେ କୋରୋନାର ଚେର ସେତେ ମଜବୁତ୍ ହେବାରେ ଲାଗିଛି। ଏବେ ସୁଦ୍ଧା ଦେଶରେ କୋଟିଏ ୬୮ ଲକ୍ଷ ଆକ୍ରାନ୍ତ ରହିଛନ୍ତି। ସେହିପରି ୬ ଲକ୍ଷ ୬୨ ହଜାର ୪୮୦ ଜଣଙ୍କର ମୃତ୍ୟୁ ହୋଇଛି ।

ବିଶ୍ବରେ ମଜବୁତ୍ ହେଉଛି କୋରୋନା ଚେର, କୋଟିଏ ୬୮ ଲକ୍ଷ ଆକ୍ରାନ୍ତ
ବିଶ୍ବରେ ମଜବୁତ୍ ହେଉଛି କୋରୋନା ଚେର, କୋଟିଏ ୬୮ ଲକ୍ଷ ଆକ୍ରାନ୍ତ

By

Published : Jul 29, 2020, 7:56 AM IST

ନୂଆଦିଲ୍ଲୀ: ବିଶ୍ବରେ ବ୍ୟାପୁଛି କୋରୋନା। ବର୍ଷ 2020 କୋରୋନା ମୃତ୍ୟୁ ଓ ସଂକ୍ରମଣରେ କଟିଯିବାକୁ ବସିଥିବା ବେଳେ ଆଗାମୀ ବର୍ଷର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତାରେ। ପରିସ୍ଥିତି ବେଳକୁ ବେଳ ଉତ୍କଟ ହେବାକୁ ବସୁଥିବା ବେଳେ କୋରୋନାର ଚେର ସେତେ ମଜବୁତ୍ ହେବାରେ ଲାଗିଛି। ଅଦୃଶ୍ୟ ଭାଇରସ ସହ ଯୁଦ୍ଧରେ ଧରାଶାୟୀ ହୋଇଗଲାଣି ମାନବ ସମାଜ। ସାରା ବିଶ୍ବରେ ହୁ ହୁ ହୋଇ ବଢିଚାଲିଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ।

ବୁଧବାର ସକାଳ ସୁଦ୍ଧା ସମଗ୍ର ବିଶ୍ୱରେ ୧ କୋଟି ୬୮ ଲକ୍ଷ ୮୩ ହଜାର ୨୫୬ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୬ ଲକ୍ଷ ୬୨ ହଜାର ୪୮୦ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ କୋଟିଏ ୪୪ ଲକ୍ଷ ୯ ହଜାର ୮୬୦ ଜଣ ସୁସ୍ଥ ହୋଇଥିବା ବେଳେ ୫୭ ଲକ୍ଷ ୭୧ ହଜାର ୩୬୨ ଲୋକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୬୬ ହଜାର ୪୯୧ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।

ଦେଶରେ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଏବେ ବି ଆମେରିକା ରହିଛି। ଆମେରିକାରେ ୪୪ ଲକ୍ଷ ୯୮ ହଜାର ୨୫୬ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଠାରେ ୨୧ ଲକ୍ଷ ୮୫ ହଜାର ୫୨ ଜଣ ସୁସ୍ଥ ହୋଇଥିବା ବେଳେ ୨୧ ଲକ୍ଷ ୬୦ ହଜାର ୮୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଏହାପରେ ପରେ ବ୍ରାଜିଲ, ଭାରତ, ଋଷିଆ ଓ ଦକ୍ଷିଣ ଆଫ୍ରିକା ମେକ୍ସିକୋରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ବ୍ରାଜିଲରେ ୨୪ ଲକ୍ଷ ୮୪ ହଜାର ୬୬୯ ସଂକ୍ରମିତ, ୮୮ ହଜାର ୬୩୪ ମୃତ ରହିଛନ୍ତି। ସେହିପରି ଋଷିଆରେ ୮ ଲକ୍ଷ ୨୩ ହଜାର ୫୧୫ ଜଣ ସଂକ୍ରମିତ, ୧୩ ହଜାର ୫୦୪ ମୃତ ରେକର୍ଡ କରିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୪ ଲକ୍ଷ ୫୯ ହଜାର ୭୬୧ ଜଣ ସଂକ୍ରମିତ, ୭ ହଜାର ୨୫୭ ମୃତ।

ABOUT THE AUTHOR

...view details