ଓଡିଶା

odisha

ETV Bharat / international

ଭାଙ୍ଗୁନି କୋରୋନା ଚେନ୍, ବିଶ୍ବରେ ସଂକ୍ରମିତ 93 ଲକ୍ଷ , ମୃତକ ୪.୭୯ ଲକ୍ଷକୁ ବୃଦ୍ଧି - ଭାଙ୍ଗୁନି କୋରୋନା ଚେନ୍

ବଢୁଛି କୋରୋନା କହର। ବୁଧବାର ସମଗ୍ର ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 93 ଲକ୍ଷ 52 ହଜାର 645ରେ ପହଁଞ୍ଚିଛି। ବିଶ୍ୱରେ ୪.୭୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି।

ଭାଙ୍ଗୁନି କୋରୋନା ଚେନ୍, ବିଶ୍ବରେ ସଂକ୍ରମିତ 93 ଲକ୍ଷ , ମୃତକ ୪.୭୯ ଲକ୍ଷକୁ ବୃଦ୍ଧି
ଭାଙ୍ଗୁନି କୋରୋନା ଚେନ୍, ବିଶ୍ବରେ ସଂକ୍ରମିତ 93 ଲକ୍ଷ , ମୃତକ ୪.୭୯ ଲକ୍ଷକୁ ବୃଦ୍ଧି

By

Published : Jun 24, 2020, 7:37 AM IST

ନୂଆଦିଲ୍ଲୀ: ବଢୁଛି କୋରୋନା କହର। ବିଶ୍ବବ୍ୟାପୀ ଅଣନିଶ୍ବାସୀ ହେଲେଣି ଏହି ଅଦୃଶ୍ୟ ମହାମାରୀର ପ୍ରକୋପରେ। ବେକ୍ର ଲାଗୁନି ସଂକ୍ରମଣ ଓ ମୃତ୍ୟୁହାରରେ। ବିଶ୍ବର ଅନେକ ଶକ୍ତିଶାଳୀ ରାଷ୍ଟ୍ରର ଅର୍ଥନୀତି ଧରାଶାୟୀ ହେବାକୁ ଲାଗିଲାଣି।

ତେବେ ବୁଧବାର ସମଗ୍ର ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 93 ଲକ୍ଷ 52 ହଜାର 645ରେ ପହଁଞ୍ଚିଛି। ବିଶ୍ୱରେ ୪.୭୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା 50 ଲକ୍ଷ 41 ହଜାର 137 ଜଣ ଲୋକ ସୁସ୍ଥ ହୋଇଥିବା ବେଳେ 38 ଲକ୍ଷ 31 ହଜାର 731 ଜଣ ସକ୍ରିୟ ମାମଲା ରହିଛି। ସେଥିମଧ୍ୟରୁ 57 ହଜାର 911 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।

ସର୍ବାଧିକ ପ୍ରଭାବିତ ସ୍ତରରେ ରହିଛି ଆମେରିକା। ଦେଶରେ ପରିସ୍ଥିତି ଗମ୍ଭୀର ରୂପ ନେବା ସହ ବେକାରୀ ସମସ୍ୟା ବଢିଗଲାଣି। ଏହାସହ ଦେଶରେ 24 ଲକ୍ଷ 24 ହଜାର 168 ଜଣ ସଂକ୍ରମିତ ହୋଇଥିବା ବେଳେ 1 ଲକ୍ଷ 23 ହଜାର 473 ଜଣଙ୍କ ମୃତ୍ୟୁ ହୋଇଛି।

ଆମେରିକାକୁ ଅନୁସରଣ କରି ପଛକୁ ବ୍ରାଜିଲ ରହିଛି। ଦେଶରେ 10 ଲକ୍ଷ 51 ହଜାର 479 ସଂକ୍ରମିତ, 51 ହଜାର 771 ମୃତକ ରେକର୍ଡ ହୋଇଛି। ସେହିପରି ରଷରେ 5 ଲକ୍ଷ 99 ହଜାର 705 ଜଣ ସଂକ୍ରମିତ, 8 ହଜାର 359 ଜଣ ମୃତକ ରହିଛନ୍ତି।

ମହାମାରୀରେ ପ୍ରଭାବିତ ଦେଶ ତାଲିକାରେ ରହିଥିବା ଅନ୍ୟ ଦେଶ ଗୁଡିକ ହେଲା ବ୍ରିଟେନ, ସ୍ପେନ, ପେରୁ,ଚିଲି, ଇଟାଲୀ, ଇରାନ, ଜର୍ମାନୀ ଇତ୍ୟାଦି। ଭାରତରେ ମଧ୍ୟ ସଂକ୍ରମଣର ତାଲିକା ଚଳିତ ସପ୍ତାହ ମଧ୍ୟରେ 5 ଲକ୍ଷ ପାର କରିଯିବାର ସମ୍ଭାବନା ରହିଛି।

ABOUT THE AUTHOR

...view details