ଟୋକିଓ: ବିଗତ 2 ମାସ ହେବ କୋରୋନା କବଳରେ ସାରା ବିଶ୍ବରେ ଅଚଳାବସ୍ଥା । ମାତ୍ର କେଇ ଦିନ ମଧ୍ୟରେ ଏହି ମହାମାରୀ ବିଶ୍ବର କୋଣ ଅନୁକୋଣରେ ପହଞ୍ଚିଥିବା ବେଳେ ଏହାକୁ ରୋକିବା ପାଇଁ ବିଶ୍ବ ଚଳାଇଛି ଆପ୍ରାଣ ଉଦ୍ୟମ । ଗୋଟିଏ ପଟେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦୋକାନ ବଜାର ବନ୍ଦ ତ ଅନ୍ୟପଟେ ଅଟକି ଯଆଇଛି ସାଧାରଣ ଜୀବନ ଯାତ୍ରା । ହେଲେ ଏବେ ସମୟ ସହ ଏହି ନିୟମ କାନୁନକୁ କୋହଳ କରିବା ପାଇଁ ବଢିବାରେ ଲାଗିଛି ଚାପ ।
ଜାପାନର କିଛି ସ୍ଥାନରେ ବର୍ତ୍ତମାନ ସଂକ୍ରମଣର ମାତ୍ରା କମିବାରେ ଲାଗିଥିବା ବେଳେ ଲୋକେ ଘରେ ନବସି କର୍ମକ୍ଷେତ୍ରରେ ଯୋଗ ଦେବାକୁ ଚାହୁଁଛନ୍ତି । ସେପଟେ ଏତେ ଦିନ କାମ ବନ୍ଦ ପାଇଁ ଦେଶର ଆର୍ଥିକ ଅବସ୍ଥାକୁ ମଧ୍ୟ ଭୋଗିବାକୁ ପଡିଛି ଅନେକ କ୍ଷତି । ଯାହା ତୃଣମୂଳସ୍ତରରେ ଲୋକଙ୍କୁ ଅନେକ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି । ଫଳ ସୂରୂପ ଏବେ ଘରୁ ବାହାରିବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସୁକତା ରହିଥିବା ଦେଖାଯାଉଛି ।