ଓଡିଶା

odisha

ETV Bharat / international

ବିଶ୍ବରେ ସର୍ବାଧିକ ମାମଲା ରିପୋର୍ଟ କଲା WHO, 24 ଘଣ୍ଟାରେ 228,102 ବୃଦ୍ଧି - covid 19

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର ଦିନ ବିଶ୍ବର କୋରୋନାଭାଇରସ୍ ରେକର୍ଡ ବୃଦ୍ଧି ହୋଇଥିବା ରିପୋର୍ଟ କରିଛି। ଏବଂ 24 ଘଣ୍ଟା ମଧ୍ୟରେ ମୋଟ 228,102 ବୃଦ୍ଧି ଘଟିଛି।

ବିଶ୍ବରେ ସର୍ବାଧିକ ମାମଲା ରିପୋର୍ଟ କଲା WHO, 24 ଘଣ୍ଟାରେ 228,102 ବୃଦ୍ଧି

By

Published : Jul 11, 2020, 8:53 AM IST

ନୂଆଦିଲ୍ଲୀ:ମହାମାରୀ ମାଡରେ ସମସ୍ତେ ଅଣନିଶ୍ବାସୀ। କେବେ କମିବ କୋରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସମସ୍ତେ ଚିନ୍ତାରେ। ତେବେ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ରୂପ ନେଉଥିବା ବେଳେ ଆୟତ ବାହାରେ ଭାଇରସ ମାମଲା ।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର ଦିନ ବିଶ୍ବର କୋରୋନାଭାଇରସ୍ ରେକର୍ଡ ବୃଦ୍ଧି ହୋଇଥିବା ରିପୋର୍ଟ କରିଛି। ଏବଂ 24 ଘଣ୍ଟା ମଧ୍ୟରେ ମୋଟ 228,102 ବୃଦ୍ଧି ଘଟିଛି।

ଦୈନିକ ରିପୋର୍ଟ ଅନୁଯାୟୀ ଆମେରିକା, ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଠାରୁ ସବୁଠାରୁ ଅଧିକ ବୃଦ୍ଧି ଘଟିଛି। ନୂତନ ମାମଲାଗୁଡ଼ିକ ପାଇଁ ପୂର୍ବ WHO ରେକର୍ଡ ଜୁଲାଇ 4 ରେ 212,326 ଥିଲା। ମୃତ୍ୟୁ ଦିନକୁ ପ୍ରାୟ 5000 ରେ ସ୍ଥିର ରହିଛି।

ବୁଧବାର ଦିନ ବିଶ୍ବ କୋରୋନାଭାଇରସ୍ ମାମଲା 12 ମିଲିୟନ୍ ଅତିକ୍ରମ କରିଛି। ଏକ ରିପୋର୍ଟ ଅନୁଯାୟୀ, ସାତ ମାସ ମଧ୍ୟରେ 555,000 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଏହି ରୋଗର ବିସ୍ତାରରେ ଆଉ ଏକ ମାଇଲଖୁଣ୍ଟ ରହିଛି।

ABOUT THE AUTHOR

...view details