ଓଡିଶା

odisha

ETV Bharat / international

ଜିନପିଙ୍ଗ ଏବଂ ଟେଡ୍ରୋସଙ୍କ ବାର୍ତ୍ତାଳାପ ମିଛ, ଚୀନ-WHO ମଧ୍ୟରେ ଚୋରା ପ୍ରୀତି ଭିତ୍ତିହୀନ - corona virus

ଡବ୍ଲୁଏଚଓ ଏଵଂ ଚାଇନା ମଧ୍ୟ୍ୟରେ କୌଣସି ଭିତିରି ଵୁଝାମଣା ନାହିଁ ଏଵଂ ଆଦୌ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଡବ୍ଲୁଏଚଓ ମୁଖ୍ୟ ଡକ୍ଟର ଟେଡ୍ରୋସ୍ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇ ନାହାନ୍ତି ଵୋଲି, ଚାଇନା ସ୍ପଷ୍ଟ କରିଛି।

WHO denies coronavirus
ଜିନପିଙ୍ଗ ଏବଂ ଟେଡ୍ରୋସଙ୍କ ବାର୍ତ୍ତାଳାପ ମିଛ, ଚୀନ-WHO ମଧ୍ୟରେ ଚୋରା ପ୍ରୀତି ଭିତ୍ତିହୀନ

By

Published : May 10, 2020, 3:40 PM IST

ନୂଆଦିଲ୍ଲୀ: ଗୁଜଵକୁ ଗୁଜଵ ଭାଵେ ରହିବାକୁ ଦିଆଯାଉ। କୌଣସି ମିଛ ତଥା ଭିତ୍ତିହୀନ ସୂଚନାକୁ ନେଇ ଅଯଥା ବିବାଦ ସୃଷ୍ଟି ନକରିବାକୁ ଚାଇନା ଦୃଢୋକ୍ତି ପ୍ରକାଶ କରିଛି। କୋରୋନା ସମ୍ପର୍କରେ ମିଛ ତଥ୍ୟ ପ୍ରଦାନ କିମ୍ବା ଚାଇନା ଉପରେ ଦୋଷ ଲଦିଵା, ଆଦୌ ଠିକ୍ ନୁହେଁ ଵୋଲି ଚାଇନା ସ୍ପଷ୍ଟ କରିଛି। ଡବ୍ଲୁଏଚଓ ଏଵଂ ଚାଇନା ମଧ୍ୟ୍ୟରେ କୌଣସି ଭିତିରି ଵୁଝାମଣା ନାହିଁ ଏଵଂ ଆଦୌ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଡବ୍ଲୁଏଚଓ ମୁଖ୍ୟ ଡକ୍ଟର ଟେଡ୍ରୋସ୍ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇ ନାହାନ୍ତି ଵୋଲି, ଚାଇନା ସ୍ପଷ୍ଟ କରିଛି।

ଏହି ସମ୍ପର୍କିତ ରିପୋର୍ଟକୁ ଅସ୍ୱୀକାର କରି ଡବ୍ଲୁଏଚଓ କହିଛି, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଜାନୁଆରୀରେ ଫୋନ୍ କଲରେ କୋରୋନା ଭାଇରସ୍ ବିସ୍ତାର ବିଷୟରେ ସତ୍ୟକୁ ଲୁଚାଇବା ପାଇଁ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ଙ୍କୁ ଚାପ ପକାଇଥିଲେ। ଏହି ଦୁଇ ପ୍ରକାର କଥା ଏଵେ ଅନେକ ସନ୍ଦେହକୁ ଘନିଭୂତ କରୁଛି।

ତେଵେ ଜର୍ମାନର ନ୍ୟୁଜ୍ ଆଉଟଲେଟ୍ ଡେର୍ ସ୍ପାଇଗେଲ୍ ଏହି ସପ୍ତାହ ଶେଷରେ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯେ,ଜର୍ମାନୀର ଫେଡେରାଲ୍ ଇଣ୍ଟେଲିଜେନ୍ସ ସର୍ଭିସ କୋରୋନା ଭାଇରସ୍ ବିସ୍ତାର ବିଷୟରେ ତଥ୍ୟ ପ୍ରକାଶ କରିବାକୁ ବାହାରିଲା ଵେଳକୁ ଚାଇନା ବିରୋଧ କରୁଛି।

ଏହି ବିଶ୍ୱସ୍ତରୀୟ ଚେତାବନୀକୁ ବିଳମ୍ବ କରିବା ଦରକାର ବୋଲି ଚାଇନା ଅନୁରୋଧପୂର୍ବକ କହୁଛି। ବିଶେଷଃ ଭାବରେ, ଡେ ସ୍ପାଇଗେଲଙ୍କ ରିପୋର୍ଟରେ କୁହାଯାଇଛି ଯେ, ଜାନୁଆରୀ 21 ରେ ସି ଜିନପିଙ୍ଗ ଏବଂ ଟେଡ୍ରୋସ୍ ଫୋନ୍ ମାଧ୍ୟମରେ କଥା ହୋଇଥିଲେ ଏବଂ ପରେ ଚାଇନା ନେତା ଡବ୍ଲୁଏଚଓ ମୁଖ୍ୟଙ୍କୁ “ମାନବ-ମାନବ ସଂକ୍ରମଣ ବିଷୟରେ ସୂଚନା ରଖିବା ଏବଂ ମହାମାରୀ ଚେତାବନୀ ସମ୍ପର୍କରେ ତଥ୍ୟ ବିଳମ୍ବ କରିବାକୁ” କହିଥିଲେ।

ABOUT THE AUTHOR

...view details