ଓଡିଶା

odisha

ETV Bharat / international

ଆମକୁ ବି ବଞ୍ଚିବାକୁ ଦିଅ!

ଫିଲିପାଇନ୍ସର ଦକ୍ଷିଣ ପ୍ରାନ୍ତର କମ୍ପୋସ୍ଟେଲା ଘାଟୀରେ ଏକ 4.7ମି. ଲମ୍ବର ଏକ ମୃତ ତିମି ଉଦ୍ଧାର। ତିମି ପ୍ଲାଷ୍ଟିକ୍ ଆବର୍ଜନାକୁ ଖାଦ୍ୟ ରୂପେ ଗ୍ରହଣ କରିବାରୁ ପାଚନ ପକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ସେହି ତିମିର ମୃତ୍ୟୁ ହୋଇଛି।

By

Published : Mar 19, 2019, 11:53 AM IST

ଡିଜାଇନ ଫଟୋ

ଫିଲିପାଇନ୍ସ: ଆଧୁନିକ ଯୁଗର ମାନବ ଜାଣି ଜାଣି ନିଜ ଗୋଡରେ ନିଜେ କୁରାଢୀ ମାରୁଛି। ବିକଶିତ ନାଁରେ ନିଜ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ଯାହାର ଭୟବହତା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ମଣିଷ ଭୁଲି ଯାଉଛି ଯେ ପରିବେଶର ସନ୍ତୁଳନ ପାଇଁ ସମସ୍ତ ଜୀବଜଗତର ଆବଶ୍ୟକତା ରହିଛି। ବିଶେଷ କରି ଜଳଜୀବ ବର୍ତ୍ତମାନ ସଙ୍କଟରେ। ଜଳ ପ୍ରଦୂଷଣର ମାତ୍ରା ଏପରି ବଢିବାରେ ଲାଗିଛି ଯେ, ଦିନ ଆସିବ ଜଳଚର ପ୍ରାଣୀ ଉଭାନ୍ ହୋଇଯିବେ।

ଖବରମୁତାବକ, ଫିଲିପାଇନ୍ସର ଦକ୍ଷିଣ ପ୍ରାନ୍ତର କମ୍ପୋସ୍ଟେଲା ଘାଟୀରେ ଏକ 4.7ମି. ଲମ୍ବର ଏକ ମୃତ ତିମି ଦେଖିବାକୁ ମିଳିଥିଲା। ସେହି ତିମିର ମୃତଦେହ ବ୍ୟବଚ୍ଛେଦରୁ ଜଣାପଡିଛି ଯେ, ମୃତ୍ୟୁର କାରଣ ପ୍ଲାଷ୍ଟିକ ଆବର୍ଜନା। ମୃତ ତିମିର ପେଟରୁ 40କିଲୋ ପ୍ଲାଷ୍ଟିକ୍ ମିଳିଛି। ସେହି ପ୍ଲାଷ୍ଟିକ ମଧ୍ୟରୁ ଚାଉଳ ଅଖା, ପଲିଥିନ୍ ଆଦି ସାମିଲ ଅଛି।

ବିଶେଷଜ୍ଞଙ୍କ ଅନୁସାରେ ,ତିମି ପ୍ଲାଷ୍ଟିକ୍ ଆବର୍ଜନାକୁ ଖାଦ୍ୟ ରୂପେ ଗ୍ରହଣ କରିବାରୁ ପାଚନ ପକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ତେଣୁ ସେ ଭୋକିଲା ରହିଥିଲା। ଫଳରେ ସେହି ତିମିର ମୃତ୍ୟୁ ହୋଇଛି।
ତେବେ ସ୍ଥାନୀୟ ମତ୍ସ୍ୟ ବ୍ୟୁରୋଙ୍କ ସୂଚନା ମୁତାବକ, ପ୍ରଦୂଷଣ କାରଣରୁ ଜଳଜୀବର ମୃତ୍ୟୁର ଘଟଣା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି।

ABOUT THE AUTHOR

...view details