ସାଂଘାଇ: ଘର ଭୁଷୁଡି ପଡିବା ଫଳରେ ଚାଲିଯାଇଛି 10 ଜଣଙ୍କର ଜୀବନ । ଶୁକ୍ରବାର ଚୀନରେ ଘଟିଛି ଏପରି ଘଟଣା ।
ସାଂଘାଇରେ ଘର ଭୁଷୁଡି 10 ମୃତ, 25 ଆହତ - leave
ସାଂଘାଇରେ ଘର ଭୁଷୁଡି 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25 ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନ୍ଆଇ
ଆପାତକାଳୀନ ଦାୟିତ୍ବରେ ଥିବା ବିଭାଗର କହିବା ଅନୁଯାୟୀ 25 ଜଣ ଲୋକଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ 10 ଜଣଙ୍କର ଚିକିତ୍ସା ସମୟରେ ହିଁ ମୃତ୍ଯୁ ଘଟିଛି ।
ଆଜି ସକାଳୁ ସାଂଘାଇର ଚେଞ୍ଜିଙ୍ଗ୍ ଜିଲ୍ଲାରେ ଏକ ଘର ଭୁଷୁଡି ପଡିଥିଲା । ଫଳରେ ସମ୍ପୂର୍ଣ୍ଣ ରୂପେ ଧ୍ବସ୍ତବିଧସ୍ତ ହୋଇଯାଇଥଲା ଏହି କୋଠା । କେଉଁ କାରଣ ପାଇଁ ଘରଟି ଭୁଷୁଡିଛି ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଚାଲୁରହିଛି ।