ଓଡିଶା

odisha

ETV Bharat / international

ଚୀନର ମେରୁଦଣ୍ଡ ଭାଙ୍ଗିବ ବିଶ୍ବ ହିନ୍ଦୁ ପରିଷଦ

ଚୀନ ସାମଗ୍ରୀ ସହ ଏହାର ସମସ୍ତ କମ୍ପାନୀକୁ ବ୍ୟାନ୍ କରିବାକୁ ଦେଶରେ ଦାବି ଜୋର ଧରିଛି । ତେବେ ଗୁରୁବାର ଏନେଇ ବିଶ୍ବ ହିନ୍ଦୁ ପରିଷଦ ନିଜର ଅଭିଯାନ ସମ୍ପର୍କରେ ସୂଚନା ଦେଇଛି । ଅଧିକ ପଢନ୍ତୁ..

ଚୀନର ମେରୁଦଣ୍ଡ ଭାଙ୍ଗିବ ବିଶ୍ବ ହିନ୍ଦୁ ପରିଷଦ
ଚୀନର ମେରୁଦଣ୍ଡ ଭାଙ୍ଗିବ ବିଶ୍ବ ହିନ୍ଦୁ ପରିଷଦ

By

Published : Jun 18, 2020, 10:41 PM IST

ନୂଆଦିଲ୍ଲୀ: ଗଲୱାନ ସଙ୍ଘର୍ଷ ପରେ ଚୀନ ବିରୋଧରେ ସାରା ଦେଶ ଏକାଠି ହୋଇଛି । ଚୀନ ସାମଗ୍ରୀ ସହ ଏହାର ସମସ୍ତ କମ୍ପାନୀକୁ ବ୍ୟାନ୍ କରିବାକୁ ଦେଶରେ ଦାବି ଜୋର ଧରିଛି । ତେବେ ଗୁରୁବାର ଏନେଇ ବିଶ୍ବ ହିନ୍ଦୁ ପରିଷଦ ନିଜର ଅଭିଯାନ ସମ୍ପର୍କରେ ସୂଚନା ଦେଇଛି ।

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଡ୍ରାଗନ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ଏହା ପ୍ରୟାସ କରିବ । ଏଥିପାଇଁ ଦଳ ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନ ଆୟୋଜନ ହେବ । ଏଥିରେ ଲୋକଙ୍କୁ ଚୀନ ସାମଗ୍ରୀ ଏବଂ ଚୀନରେ ତିଆରି ସ୍ମାର୍ଟଫୋନ୍ ବ୍ୟବହାର ନକରିବାକୁ ଅନୁରୋଧ କରାଯିବ । ପଡୋଶୀ ଦେଶକୁ ଅର୍ଥନୈତିକ ଭାବେ ଦୁର୍ବଳ କରିବା ପାଇଁ ଏପରି ପ୍ରୟାସ କରିବ ବୋଲି ସଙ୍ଗଠନ ସୂଚନା ଦେଇଛି ।

ସଙ୍ଗଠନର ସାଧାରଣ ସମ୍ପାଦକ ମିଳିନ୍ଦ ପାରନ୍ଦେ ଏକ ବିଜ୍ଞପ୍ତି ଜାରି କରି ଏହି ମନ୍ତବ୍ୟ ଦେଇଛନ୍ତି । ଭାରତୀୟ ଯବାନଙ୍କ ଉପରେ ଚୀନ ସେନାର ଆଟାକ୍ ବିରୋଧରେ ସାରା ଦେଶ ତାତି ଉଠିଛି । ଏବେ ଚୀନକୁ ଏକ ଶିକ୍ଷା ଦେବାର ସମୟ ଆସିଯାଇଛି । ସବୁ ଭାରତୀୟ ଯଦି ଚୀନ ସାମଗ୍ରୀ ଏବଂ ଫୋନ୍ ବଏକଟ୍ କରିବେ ତେବେ ଏହା ମେରୁଦଣ୍ଡବିହୀନ ପାଲଟିବ । ଭାରତୀୟ ମାର୍କେଟ ଏହା ପାଇଁ ଏକ ବଡ ସୁଯୋଗ । ଏହାକୁ ବନ୍ଦ କରିଦେଲେ ଉପଯୁକ୍ତ ପ୍ରତିଶୋଧ ନେଇହେବ ବୋଲି ପାରନ୍ଦେ କହିଛନ୍ତି ।

ନିଜ ୟଥ୍ ୱିଙ୍ଗ ବଜରଙ୍ଗ ଦଳ ସହ ମିଶି ଏହି କ୍ୟାମ୍ପେନ ଆୟୋଜନ କରିବ ବିଶ୍ବ ହିନ୍ଦୁ ପରିଷଦ । ସଙ୍ଗଠନ କହିଛି ଯେ ଭାରତ ସରକାର ଏବଂ ଭାରତୀୟ ସେନା ଉପରେ ଏହାର ଦୃଢ ବିଶ୍ବାସ ରହିଛି । ଏମାନେ ନିଶ୍ଚିତ ଭାବେ ଚୀନ ଆକ୍ରମଣର ପ୍ରତିଶୋଧ ନେବେ ବୋଲି ଆଶା ରହିଛି ।

ABOUT THE AUTHOR

...view details