ଓଡିଶା

odisha

By

Published : Jan 19, 2022, 12:00 PM IST

ETV Bharat / international

ବିଜୟ ମାଲ୍ୟାଙ୍କର ବଢିଲା ଅଡୁଆ, ହାତରୁ ଯିବ ବିଳାସପୂର୍ଣ୍ଣ ବଙ୍ଗଳା

ଋଣ ଭାରରେ ବୁଡିଥିବା ବିଜୟ ମାଲ୍ୟାଙ୍କର ପିଛା ଛାଡୁନି ଅଡୁଆ । ହାତରୁ ଖସିପାରେ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା । ଅଧିକ ପଢନ୍ତୁ

ବିଜୟଙ୍କ ପାଇଁ ବଢିଲା ଅଡୁଆ, ହାତରୁ ଯିବ ଲଣ୍ଡନର ବିଳାସପୂର୍ଣ୍ଣ ବଙ୍ଗ
ବିଜୟଙ୍କ ପାଇଁ ବଢିଲା ଅଡୁଆ, ହାତରୁ ଯିବ ଲଣ୍ଡନର ବିଳାସପୂର୍ଣ୍ଣ ବଙ୍ଗ

ଲଣ୍ଡନ:ବ୍ୟବସାୟ ପାଇଁ ଟଙ୍କା ନେଲେ ଯେ ବ୍ୟବସାୟ ତ ବୁଡିଲା ଏହାପରେ ଟେନସନ ବଢିଲା । ଅଡୁଆରେ ଫସି ଫସି ଯାଉଛନ୍ତି ବିଜୟ ମାଲ୍ୟା । ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ବଙ୍ଗଳାରୁ ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଏ ନେଇ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବାବେଳେ ଏବେ ବେଘର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବାବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବାବେଳେ ତାଙ୍କ ଆବେଦନ ଅଗ୍ରାହ୍ୟ ହୋଇଯାଇଛି ।

ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ଆଲିଶାନ ଫ୍ଲାଟ୍‌ରେ ମାଲ୍ୟାଙ୍କ ୯୫ ବର୍ଷୀୟା ମାଆ ଲଳିତା ରହୁଛନ୍ତି। ଏହାର ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଉଛି । ମାଲ୍ୟାଙ୍କ ଉପରେ ସୁଇସ୍‌ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବାବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ସୁଝିବାକୁ ଅଧିକ ସମୟ ଦେଇ ହେବ ନାହିଁ । ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ସୂଚନାଅନୁସାରେ, କିଙ୍ଗଫିସର୍ ସମେତ ଅନ୍ୟ ବ୍ଯବସାୟ ପାଇଁ ୧୩ରୁ ଊର୍ଦ୍ଧ୍ବ ବ୍ୟାଙ୍କରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା । କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ ମାଲ୍ୟା । ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହି ଆସୁଥିଲେ।

@ANI

ABOUT THE AUTHOR

...view details