ହୋନୋଇ: ବନ୍ଧୁ ମିଳନ ଟ୍ରିପରେ ଯାଉଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଯାତ୍ରା ଅନ୍ତିମ ଯାତ୍ରା ପାଲଟିଛି । ଭିଏତନାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଛି ବସ । ଏହି ଭୟଙ୍କର ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଭିଏତନାମାର ଜାତୀୟ ରାଜପଥରେ ହୋଇଥିବା ସୂଚନା ରହିଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବସ୍ରେ ସମୁଦାୟ 40 ଜଣ ଏକ ସ୍କୁଲ ପାଇଁ ସେଣ୍ଟ୍ରାଲ କୁଆଙ୍ଗ ବିନ୍ହକୁ ଯାଉଥିଲେ । ସେମାନେ ସମସ୍ତେ ଡୋଙ୍ଗ ହୋ ହାଇସ୍କୁଲରେ ଏକାଠି ଅଧ୍ୟୟନ କରିଥିଲେ | ସମସ୍ତେ ସ୍ନାତକୋତ୍ତରର 30 ତମ ବାର୍ଷିକୀ ପାଳନ କରିବାକୁ ଯାଉଥିଲେ ।