ହାଇଦ୍ରାବାଦ: ସରିଛି ଉଜବେକିସ୍ତାନର ପ୍ରଥମ ସଂସଦୀୟ ନିର୍ବାଚନ । ଫଳାଫଳ ମଧ୍ୟ ଘୋଷଣା ହୋଇ ସାରଛି । ଏହି ନିର୍ବାଚନ ଆଗାମୀ ଦିନରେ ଦେଶର ଲୋକତାନ୍ତ୍ରୀକ ପଦ୍ଧତିକୁ ଆହୁରି ସୁଦୃଢ କରିବ ବୋଲି ଉଜବେକିସ୍ତାନ ଆଶା ରଖିଛି । ଡିସେମ୍ବର 22ର ଏହି ନିର୍ବାଚନରେ 5ଟି ରାଜନୈତିକ ଦଳ 150 ଆସନରେ ସାଂସଦ ଚୟନ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ ।
ନିର୍ବାଚନରେ ଲିବରାଲ ଡେମୋକ୍ରେଟିକ ପାର୍ଟି 43 ଆସନ ଜିତିଥିବା ବେଳେ ନ୍ୟାସନାଲ ରିଭାଇଭାଲ ପାର୍ଟି 35 ଆସନ ପାଇଛି । ସେହିପରି ପରିବେଶ ସମସ୍ୟାକୁ ନେଇ ନିର୍ବାଚନ ଲଢିଥିବା ଇକୋଲୋଜିକାଲ ପାର୍ଟିକୁ 11ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । 50ଟି ଦେଶର 800 ଅନ୍ତରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଏହି ନିର୍ବାଚନର ପର୍ଯ୍ୟବେକ୍ଷଣ କରାଯାଇଥିଲା । ଏଥିରେ ଭାରତର 11 ପର୍ଯ୍ୟବେକ୍ଷକ ସାମିଲ ଥିଲେ । ତେବେ ଭାରତର ଲୋକତାନ୍ତ୍ରିକ ପଦ୍ଧତିରୁ ଶିକ୍ଷା ପାଇବା ପାଇଁ ଆଶାବ୍ୟକ୍ତ କରିଛନ୍ତି ଉଜବେକିସ୍ତାନର ଆମ୍ବାସଡର ଫରହୋଦ ଅର୍ଜିଭ । ସଂସଦୀୟ ବ୍ୟାପାର ସହଯୋଗ କ୍ଷତ୍ରରେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଜୋଶ ଦେଖିବାକୁ ମିଳିଥିବା ଅର୍ଜିଭ କହିଛନ୍ତି ।