ହାଇଦ୍ରାବାଦ: ବାଗଦାଦରରେ ହୋଇଥିବା ଆମେରିକାର ଏୟାର ଷ୍ଟ୍ରାଇକରେ ଇରାନର ଟପ କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ଅଶାନ୍ତି ସ୍ଥିତି ଚରମରେ ପହଞ୍ଚିଛି । ସୁଲେମାନୀ ମୃତ୍ୟୁର ଜବାବ ଦେବାକୁ ଯାଇ ଇରାନ ବୁଧବାର ଇରାକରେ ଥିବା ଆମେରିକାର 2ଟି ବେସକ୍ୟାମ୍ପରେ ଆକ୍ରମଣ କରି 80 ସୈନିକଙ୍କୁ ହତ୍ୟା କରିଛି ।
ଆମେରିକା-ଇରାନ ବିବାଦ: ଜାଣନ୍ତୁ କିଏ କେତେ ଶକ୍ତିଶାଳୀ - Qassem Soleimani killed
ଜେନେରାଲ ସୁଲେମାନୀର ମୃତ୍ୟୁ ପରେ ଆମେରିକା-ଇରାନ ମଧ୍ୟରେ ଅଶାନ୍ତର ସ୍ଥିତି ଦେଖାଦେଇଛି । ଆମେରିକା ସେନା ବିଶ୍ବର ସର୍ବଶ୍ରେଷ୍ଠ ହୋଇଥିବା ବେଳେ ଏହି ସୂଚୀରେ ଇରାନ 14 ତମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...
ଇରାନର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଲ ଇଜ ଓ୍ବେଲ ବୋଲି କହିଛନ୍ତି । ଏହାସହ ଆମେରିକା ପାଖରେ ବିଶ୍ବର ସବୁଠୁ ଶକ୍ତିଶାଳୀ ସେନା ଥିବା ଟ୍ରମ୍ପ ବୟାନ ଦେଇଛନ୍ତି । ଯେତେବେଳେ 2 ଦେଶର ସୈନ୍ୟ ଶକ୍ତିର କଥା ଆସେ ସେତେବେଳେ ଇରାନ ତୁଳନାରେ ଆମେରିକା ଶକ୍ତିଶାଳୀ ଜଣାଯାଏ । ଆମେରିକା ସେନା ବିଶ୍ବର ସର୍ବଶ୍ରେଷ୍ଠ ହୋଇଥିବା ବେଳେ ଏହି ସୂଚୀରେ ଇରାନ 14 ତମ ସ୍ଥାନରେ ରହିଛି । ଆମେରିକାର ପେଣ୍ଟାଗନରେ 12,81,900 ସକ୍ରିୟ ସୈନିକ ରହିଛନ୍ତି । ଅନ୍ୟପକ୍ଷେ ଇରାନ ପାଖରେ କେବଳ 5,23,000 ସକ୍ରିୟ ସୈନିକ ଉପଲବ୍ଧ ରହିଛନ୍ତି । ସେହିପରି ଆମେରିକା ପାଖରେ 48,422 ଟ୍ୟାଙ୍କ ଓ ତୋପ ରହିଛି, ଯାହାକି ଇରାନ ତୁଳନାରେ 6 ଗୁଣ ଅଧିକ । ଇରାନ ପାଖରେ କେବଳ 8,577 ଟ୍ୟାଙ୍କ ଓ ତୋପ ରହିଛି । ଏପରି ସ୍ଥିତିରେ ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜେ ତେବେ ଇରାନ ଆମେରିକାକୁ ରୋକିବା ଏତେ ସହଜ ହେବ ନାହିଁ ।