ଇସଲାମାବାଦ: ପୁଣିଥରେ ପଦାରେ ପଡିଛି ପାକିସ୍ତାନର ଦୋମୁହାଁ ନୀତି । ଗୋଟିଏ ପଟେ ଶାନ୍ତିର ବାର୍ତ୍ତା ଦେଇ ଆଲୋଚନା କରିବା ପାଇଁ ଭାରତକୁ ଆହ୍ୱାନ କରୁଥିବାବେଳେ ଅନ୍ୟପଟେ ଆତଙ୍କୀଙ୍କୁ ସାହାଯ୍ୟ କରୁଛି । ଭାରତ ବିରୋଧରେ ବିଭିନ୍ନ ଆକ୍ରମଣ ରଚିଥିବା ଆତଙ୍କବାଦୀ ମାସୁଦ ଆଝାରକୁ ଏବେ ପାକ୍ ସେନା ଚିକିତ୍ସା ଯୋଗାଉଥିବା ରିପୋର୍ଟ ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀ ଥିବା ଭାରତ ଅଭିଯୋଗ କରିଛି । ଏହାସହ ସମଗ୍ର ବିଶ୍ୱ ଆଗରେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାର ପ୍ରମାଣ ଭାରତ ଦେଇଛି । ତେବେ ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ଏହି ସମୟରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ, ଭାରତକୁ ଫେରାଇ ଶାନ୍ତି ସ୍ଥାପନା କରିବାକୁ ବାର୍ତ୍ତା ଦେଇଛି । ଏହାସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଆତଙ୍କୀ ମାସୁଦ ଆଝାର ବିରୋଧରେ ପ୍ରମାଣ ମାଗିଛନ୍ତି । ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।