ଓଡିଶା

odisha

ETV Bharat / international

ଚିକମିକ୍‌ ତାରାରେ ଭରା ସମୁଦ୍ର - ଅଜଣା କଥା

ମାଳଦ୍ବୀପରେ ଏମିତି ଏକ ସମୁଦ୍ର ଯେଉଁଠି ରାତିରେ ପାଣିକୁ ଅସଂଖ୍ୟ ତାରା ଓହ୍ଲାଇ ଆସିବା ପରି ମନେ ହୁଏ । ନୀଳ ଆଲୁଅରେ ଝଲସି ଉଠେ ସମୁଦ୍ର । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ତାରାରେ ଭରା ସମୁଦ୍ରର ରହସ୍ୟ ।

Unknown Facts, Magical Sea Of Stars In Maldives, Vaadhoo Beach, ଚିମମିକ ତାରାରେ ଭରା ସମୁଦ୍ର, ଭାଧୁ ଦ୍ବୀପ, ମାଳଦ୍ବୀପର ସମୁଦ୍ର, ଅଜଣା କଥା, ତାରା ସମୁଦ୍ରର ରହସ୍ୟ
ଚିମ୍‌ମିକ୍‌ ତାରାରେ ଭରା ସମୁଦ୍ର

By

Published : Jul 31, 2020, 9:00 AM IST

Updated : Jul 31, 2020, 9:31 AM IST

ରାତିର ଅନ୍ଧାରରେ ଆକାଶରେ ଚିକ୍‌ମିକ୍‌ କରୁଥିବା ତାରାଙ୍କୁ ଦେଖିଲେ ମନେ ହୁଏ ଯେମିତି କେହି ସେମାନଙ୍କୁ ଆକାଶଟାକୁ ସୁନ୍ଦର କରିବାକୁ ସଜାଇ ଦେଇଛି । ଥରେ ଭାବନ୍ତୁ ସେହି ତାରା ସବୁ ଯଦି ଆକାଶରୁ ଓହ୍ଲାଇ ଆସନ୍ତି ! ଆପଣ ଭାବୁଥିବେ ଏହା ଅସମ୍ଭବ କଥା, ତାରା ମାନେ ଭଲା କେମିତି ଆକାଶର ଓହ୍ଲାଇ ଆସିବେ ? ତାରା ମାନେ ଆକାଶର ଓହ୍ଲାଇ ଆସି ନପାରନ୍ତି କିନ୍ତୁ ଯଦି ଆପଣ ତାରାରେ ଭରା ଏକ ସମୁଦ୍ର ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଯିବାକୁ ହେବ ମାଳଦ୍ବୀପ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମାଳଦ୍ବୀପରେ ଏମିତି ଏକ ସମୁଦ୍ର ଅଛି ଯାହାର ନାମ ହେଉଛି ‘ଭାଧୁ (Vaadhoo)’ । ରାତିରେ ଏହି ସମୁଦ୍ରକୂଳ ଅସଂଖ୍ୟ ତାରା ଥିବା ଭଳି ଚିକମିକ କରେ, ଲାଗେ ଏହା ଯେମିତି ଏକ ପରି ରାଇଜର କାହାଣୀ । ଲକ୍ଷାଧିକ ତାରକା ଆକାଶରୁ ଢ଼େଉରେ ଖସିପଡି ଜୁଆରରେ ଝଲସି ଉଠନ୍ତି ।

ନୀଳ ଆଲୁଅରେ ଝଲସି ଉଠେ ସମୁଦ୍ର

ଏହି ଦୃଶ୍ୟଟି ‘ବାୟୋଲୁମିନେସେନ୍ସ’ ନାମକ ଏକ ପ୍ରାକୃତିକ କାରଣ ହେତୁ ଦେଖାଯାଏ । ଏହାର ଅର୍ଥ ହେଉଛି ଯେ କୌଣସି ଜୀବନ୍ତ ଜୀବ ଦ୍ବାରା ଆଲୋକ ନିର୍ଗତ ହୋଇ ଏହା ସୃଷ୍ଟି ହୁଏ । ଏହି ଚମତ୍କାର ରହସ୍ୟର ଏପର୍ଯ୍ୟନ୍ତ ସଠିକ ବ୍ୟାଖ୍ୟା ମିଳିନଥିବା ବେଳେ ବିଶ୍ବାସ କରାଯାଏ ଯେ ଏଠାରେ ଥିବା ସମୁଦ୍ରରେ ଅନେକ ସାମୁଦ୍ରିକ ଜୀବ ବାସ କରନ୍ତି ଯେଉଁ ମାନଙ୍କର ଆଲୋକ ଉତ୍ପାଦନ କରିବାରେ କ୍ଷମତା ରହିଛି । ସାରା ବିଶ୍ବରୁ ଅନେକ ପର୍ଯ୍ୟଟକ ଭାଧୁ ବେଳାଭୂମିକୁ ଆସନ୍ତି ଏହି ଯାଦୁଗରୀ ଦୃଶ୍ୟ ଉପଭୋଗ କରିବା ପାଇଁ ।

ଭାଧୁ ଦ୍ବୀପ

କେଉଁଠି ଅଛି ଭାଧୁ ଦ୍ବୀପ

ଚିକ୍‌ମିକ୍‌ କରୁଥିବା ବେଳାଭୂମି ଭାଧୁ ଦ୍ବୀପରେ ଅବସ୍ଥିତ, ଯାହା ରା ଅଟୋଲର ଅନ୍ୟତମ ଦ୍ବୀପ । ଏହି ଛୋଟ ଦ୍ବୀପରେ 500ରୁ କମ ଲୋକ ବାସ କରନ୍ତି । ଆକାର ଓ ଜନସଂଖ୍ୟାକୁ ବାଦ ଦେଇ ଏହି ବେଳାଭୂମି ତାର ଯାଦୁଗରୀ ତାରାରେ ଝଲସୁଥିବା ସମୁଦ୍ର ପାଇଁ ଖୁବ ଖ୍ୟାତି ଅର୍ଜନ କରିଛି । ଏହି ସ୍ଥାନଟି ବହୁ ପୂର୍ବରୁ ସଭିଙ୍କୁ ଅଜଣା ଥିବା ବେଳେ ବର୍ତ୍ତମାନ ମାଳଦ୍ବୀପର ସବୁଠାରୁ ଅଧିକ ଭ୍ରମଣ କରାଯାଇଥିବା ସ୍ଥାନ ହୋଇଛି ।

ଚିମ୍‌ମିକ୍‌ ତାରାରେ ଭରା ସମୁଦ୍ର

ତାରା ସମୁଦ୍ରର ରହସ୍ୟ

‘ବାୟୋଲୁମିନେସେନ୍ସ’ ନାମକ ପ୍ରାକୃତିକ ଘଟଣା ଫାଇଟୋପ୍ଲାଂକ୍ଟନ୍ ବା ପ୍ଲାଙ୍କଟନ୍ ନାମକ ଏକ ଅଣୁଜୀବ କାରଣରୁ ଘଟିଥାଏ । ସେମାନଙ୍କର ବାୟୋଲୁମେନେସେଣ୍ଟ ପ୍ରକୃତି ହେତୁ, ଏହି ଜଳୀୟ ମାଇକ୍ରୋବ ଗୁଡ଼ିକ ସମୁଦ୍ର ତଳେ ଏକ ଉଜ୍ବଳ ନୀଳ ଆଲୋକ ବିସ୍ତାର କରନ୍ତି । ଯାହାକୁ ଦେଖିଲେ ମନେ ହୁଏ ଯେପରି ତାରାମାନେ ସମୁଦ୍ରକୁ ସଜାଇବା ପାଇଁ ଓହ୍ଲାଇଛନ୍ତି । ଯଦି କେବଳ ସମୁଦ୍ରକୁ ଦେଖିବା ଆପଣଙ୍କୁ ଆନନ୍ଦ ଦେବ ନାହିଁ ତେବେ ଆପଣ ସମୁଦ୍ର ମଧ୍ୟରେ ପହଁରି ମଧ୍ୟ ପାରିବେ । ତେବେ ବେଳାଭୂମିରେ ଚାଲିବା ବେଳେ ନିଜର ପାଦ ଚିହ୍ନ ଦେଖିବା ପାଇଁ ଥରେ ପଛକୁ ବୁଲିବେ ନିଶ୍ଚୟ ।

ବେଳାଭୂମିରେ ପାଦଚିହ୍ନ

କେମିତି ଯିବେ ଭାଧୁ ଦ୍ବୀପ

ମାଲଦ୍ବୀପର ରାଜଧାନୀ ଏବଂ ମୁଖ୍ୟ ବିମାନବନ୍ଦର ମାଲେ ଠାରୁ ପ୍ରାୟ 8 କିଲୋମିଟର ଦୂରରେ ଅବସ୍ଥିତ ଭାଧୁ ଦ୍ବୀପ ମାଳଦ୍ବୀପର ଅନ୍ୟାନ୍ୟ ଅଂଶ ସହିତ ଭଲ ଭାବରେ ସଂଯୁକ୍ତ । ଯାଦୁ ଭରା ଏହି ସ୍ଥାନରେ ପହଞ୍ଚିବା ପାଇଁ ଏକ ସ୍ପିଡବୋଟ ନେବାକୁ ହେବ ।

ଚିମ୍‌ମିକ୍‌ ତାରାରେ ଭରା ସମୁଦ୍ର

ଯଦି ଆପଣ ସମୁଦ୍ର, ତାରା ଏବଂ ଟିକିଏ ଯାଦୁକୁ ଭଲ ପାଆନ୍ତି, ତେବେ ଭାଧୁ ଦ୍ବୀପ ଆପଣଙ୍କୁ ତୁରନ୍ତ ଏକ ପରି ରାଇଜକୁ ନେଇଯିବ । ଏଥର ଯେତେବେଳେ ଆପଣ ମାଳଦ୍ବୀପ ଯାତ୍ରା କରିବାକୁ ଯୋଜନା କରିବେ, ଏହି ଅବିଶ୍ବସନୀୟ ଘଟଣାର ଝଲକ ଦେଖିବାକୁ ଭୁଲିବେ ନାହିଁ ।

Last Updated : Jul 31, 2020, 9:31 AM IST

ABOUT THE AUTHOR

...view details