ଓଡିଶା

odisha

ETV Bharat / international

ୟୁକ୍ରେନ ବିମାନ ଦୁର୍ଘଟଣା: ଇରାନ କରିଥିଲା ମିସାଇଲ ମାଡ - ବିମାନ ଦୁର୍ଘଟଣା ପଛରେ ଇରାନର ହାତ

ଇରାନରେ ୟୁକ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା । ମିସାଇଲ ମାଡ କରି ନିଜ ବିମାନ ଖସାଇଥିବା କହିଲା ଇରାନ । ଅଧିକ ପଢନ୍ତୁ...

ukrainian airline crash
ୟୁକ୍ରେନ ବିମାନ ଦୁର୍ଘଟଣାର ଆଜି ହେବ ଖୁଲାସା

By

Published : Jan 11, 2020, 10:43 AM IST

Updated : Jan 11, 2020, 11:21 AM IST

ତେହରାନ: ୟୁକ୍ରେନ ବିମାନ ଉପରେ ଆକ୍ରମଣ କରିଥିଲା ଇରାନ । ଭୁଲ ବଶତଃ ବିମାନ ଉପରେ କ୍ଷେପଣାସ୍ତ୍ର ମାଡ କରି ଖସାଇଥିବା ସ୍ବୀକାର କରିଛି ଇରାନ । ଆମେରିକାର ଆକ୍ରମଣ ଯୋଗୁଁ ଏପରି ହୋଇଥିବା ସ୍ପଷ୍ଟୋକ୍ତି ଦେଇଛି। ଗତ ବୁଧବାର ଇରାନ ପ୍ରତିଶୋଧ ପରାୟଣ ହୋଇ ଇରାକ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲା । ଏହି ଘଟଣାର ଠିକ ଘଣ୍ଟାଏ ପରେ ଇରାନରେ ବୋଇଂ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାକୁ ମନୁଷ୍ୟକୃତ ଭୁଲ ଯୋଗୁଁ ବିମାନକୁ ଖସାଯାଇଛି ବୋଲି ଇରାନ ନିଜର ଭୁଲ ମାନିଛି ।

ବୋଇଂ ବିମାନ କ୍ରୁ ମେମ୍ବରଙ୍କ ସମେତ 176 ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡାଣ ଭରିଥିବାବେଳେ ଏଥିରେ ଇରାନର ସର୍ବାଧିକ ନାଗରିକ(82) ଥିଲେ । ଏହା ସହିତ ୟୁକ୍ରେନ, ଆଫଗାନିସ୍ତାନ ଓ କାନାଡା, ଜର୍ମାନୀ,ସ୍ବିଡେନ ଓ ଇଂଲଣ୍ଡର ମଧ୍ୟ ନାଗରିକ ଥିଲେ ।

ଦୁର୍ଘଟଣାଗ୍ରସ୍ତ ବିମାନରୁ ଇରାନର ଉଦ୍ଧାରକାରୀ ଦଳ ଏକ ବ୍ଲାକବକ୍ସକୁ ଠାବ କରିଥିଲେ, ହେଁ ବୋଇଂ ଦେବ ନାହିଁ ବୋଲି କହିଥିଲା । ଫଳରେ ଇରାନ ମିସାଇଲ ମାଡ କରିଥାଏ ବୋଲି ପୂର୍ବରୁ ସନ୍ଦେହ କରାଯାଉଥିଲା । ଏପରିକି ଏହି ଘଟଣା ପଛରେ ଇରାନ ହାତ ଥିବାନେଇ ଆମେରିକା ଦାବି କରିଥିଲା । ସୂଚନାଯୋଗ୍ୟ, ଆମେରିକା ଇରାନର ଟପ କମାଣ୍ଡରଙ୍କୁ ନିପାତ କରିବା ପରେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

ତେବେ ନିଜ ବିମାନକୁ ଖସାଇବା ଘଟଣା ଏହା ପ୍ରଥମ ଥର ନୁହେଁ । ବାଲାକୋଟରେ ଭାରତ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ ପରେ 27 ଫେବୃୟାରୀ 2019ରେ ପାକିସ୍ତାନୀ ଲଢୁଆ ବିମାନ ଭାରତ ସୀମା ଉଲ୍ଲଙ୍ଘନ କରିଥିଲା । ଏହି ସମୟରେ ଭାରତ ଭୁଲ ବଶତଃ ନିଜ ହେଲିକପ୍ଟରକୁ ମିସାଇଲ ଦ୍ବାରା ଖସାଇଥିଲା । ଯେଉଁଥିରେ ଭାରତୀୟ ବାୟୁସେନାଙ୍କ ସମେତ ଅନେକ ଅଧିକାରୀ ଥିଲେ ।

Last Updated : Jan 11, 2020, 11:21 AM IST

ABOUT THE AUTHOR

...view details