ଲଣ୍ଡନ୍: ପୁନର୍ବାର ଦାୟିତ୍ବ ଗ୍ରହଣ କରିବା ସହିତ କାର୍ଯ୍ୟରେ ଯୋଗ ଦେଲେ ବୋରିସ ଜନସନ। ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ମୁକ୍ତ ହେବା ପରେ ସୋମବାର କୋରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି।
କୋରୋନା ମୁକ୍ତ ହୋଇ କାର୍ଯ୍ୟରେ ଯୋଗ ଦେଲେ ବୋରିସ ଜନସନ୍ - Boris Johnson back
ପୁନର୍ବାର ଦାୟିତ୍ବ ଗ୍ରହଣ କରିବା ସହିତ କାର୍ଯ୍ୟରେ ଯୋଗ ଦେଲେ ବୋରିସ ଜନସନ। ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ମୁକ୍ତ ହେବା ପରେ ସୋମବାର କୋରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି।
ଖବର ଥାଉକି, କୋରୋନା ପ୍ରକୋପରେ ବ୍ରିଟେନ ପ୍ରଭାବିତ ହୋଇଥିବା ବେଳେ ଦେଶରେ ଲକ୍ଷାଧିକ ଆକ୍ରାନ୍ତ ଓ ହଜାର ହଜାର ଙ୍କ ଜୀବନ ଯାଇଛି। ଏହି ସମୟରେ ମଧ୍ୟ ବୋରିସ କୋରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦୁଇ ସପ୍ତାହର ଲଢେଇ ପରେ ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି।
ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଅଫିସିଆଲ ଲଣ୍ଡନ ବାସଭବନକୁ ଫେରିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ବୋରିସ ଜନସନଙ୍କ କୋରୋନା ପଜିଟିଭ୍ ଆସିବା ପରେ ସେ ଗୁରୁତର ହୋଇପଡିଥିଲେ। ଏହାପରେ 2 ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିବା ସହ ମେଡିକାଲରୁ ସୁସ୍ଥ ହୋଇ ଏବେ ଘରକୁ ଫେରିଥିଲେ।