ଓଡିଶା

odisha

ETV Bharat / international

ବ୍ରିଟେନରେ ଜୁଲାଇ 17କୁ ଘୁଞ୍ଚିଲା ଲକଡାଉନ, କ୍ବାରେଣ୍ଟିନ ଅବଧି 10 ଦିନ

ବ୍ରିଟେନରେ ବୃଦ୍ଧି ପାଇଲା ଲକଡାଉନ ଅବଧି। ଜୁଲାଇ 17କୁ ଏହା ବଢାଇ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

By

Published : Jan 24, 2021, 11:23 AM IST

ବ୍ରିଟେନରେ ଜୁଲାଇ 17କୁ ଘୁଞ୍ଚିଲା ଲକଡାଉନ, କ୍ବାରେଣ୍ଟିନ ଅବଧି 10 ଦିନ
ବ୍ରିଟେନରେ ଜୁଲାଇ 17କୁ ଘୁଞ୍ଚିଲା ଲକଡାଉନ, କ୍ବାରେଣ୍ଟିନ ଅବଧି 10 ଦିନ

ବ୍ରିଟେନ: ଜୁଲାଇ 17କୁ ବଢିଲା ବ୍ରିଟେନରେ ଲକଡାଉନ। ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୂଚନା ଦେଇଛନ୍ତି। ତେବେ କୋରୋନା ସଂକ୍ରମଣର ନୂଆ ଷ୍ଟ୍ରେନକୁ ମାତ୍ ଦେବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହି ସମୟରେ କଡା ପଦକ୍ଷେପ ସ୍ବରୂପ ସମସ୍ତ ବାର୍, ପବ୍, ରେସ୍ତୋରାଁ ଓ ସାଧାରଣ ସ୍ଥାନରେ ଜନଗହଳିକୁ ବାରଣ କରାଯାଇଛି।

ଏହାସହ ଏହା ମଧ୍ୟ କୁହାଯାଇଛି ଯେ କେବଳ ଇଂଲଣ୍ଡ ପାଇଁ ପ୍ରଯୁଜ୍ୟ ଏହି ନିୟମ ଗତ ସପ୍ତାହରେ ଶେଷ ହେବାର ଥିଲା କିନ୍ତୁ ସ୍କୁଲ ଗ୍ରୀଷ୍ମ ଛୁଟି 17 ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି , ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଦେଶରେ ଲକଡାଉନ୍ ପ୍ରତିବନ୍ଧକକୁ ହ୍ରାସ କରିବାକୁ ସରକାର ବିଚାର କରିପାରିବେ ନାହିଁ ।

ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ବ୍ରିଟେନରେ ପ୍ରଥମେ ଚିହ୍ନଟ ହୋଇଥିବା କୋରୋନାଭାଇରସ୍ ଦ୍ବିତୀୟ ଷ୍ଟ୍ରେନ ଅତ୍ୟନ୍ତ ମାରାତ୍ମକ ହୋଇପାରେ। ବ୍ରିଟିଶ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପାଟ୍ରିକ୍ ଭାଲାନ୍ସଙ୍କ ଅନୁଯାୟୀ, ପ୍ରାଥମିକ ପ୍ରମାଣରୁ ଜଣାପଡିଛି ଯେ ପୁରାତନ ଷ୍ଟ୍ରେନରେ ସଂକ୍ରମିତ 1000 ଜଣଙ୍କ ମଧ୍ୟରେ 10 ଜଣଙ୍କ ମୃତ୍ୟୁ ହେଉଥିଲା। କିନ୍ତୁ ନୂତନ ପ୍ରକାରରେ ସଂକ୍ରମିତ 1000 ରୁ 13 କିମ୍ବା 14 ଜଣଙ୍କ ମୃତ୍ୟୁ ହେଉଛି।

ABOUT THE AUTHOR

...view details