ଓଡିଶା

odisha

ETV Bharat / international

ନୱାଜ ସରିଫଙ୍କୁ ପ୍ରତ୍ୟାର୍ପଣ ପାଇଁ ୟୁକେ ସହ ଆଲୋଚନା କରାଯାଉଛି: ପାକିସ୍ତାନ

ପାକିସ୍ତାନରୁ ପଳାୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପ୍ରତ୍ୟାର୍ପଣ କରିବାକୁ ଇମ୍ରାନ ଖାନଙ୍କ ସରକାର ବ୍ରିଟେନକୁ ଅନୁରୋଧ କରିଛନ୍ତି । ଏନେଇ ପାକର ପ୍ରମୁଖ ଗଣମାଧ୍ୟମ ଡନ ପ୍ରକାଶିତ କରିଛି । ଅଧିକ ପଢନ୍ତୁ...

By

Published : Aug 23, 2020, 10:07 PM IST

ନୱାଜ ସରିଫଙ୍କୁ ପ୍ରତ୍ୟାର୍ପଣ ପାଇଁ ୟୁକେ ସହ ଆଲୋଚନା କରାଯାଉଛି: ପାକିସ୍ତାନ
ନୱାଜ ସରିଫଙ୍କୁ ପ୍ରତ୍ୟାର୍ପଣ ପାଇଁ ୟୁକେ ସହ ଆଲୋଚନା କରାଯାଉଛି: ପାକିସ୍ତାନ

ଲାହୋର: ପାକିସ୍ତାନରୁ ପଳାୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପ୍ରତ୍ୟାର୍ପଣ କରିବାକୁ ଇମ୍ରାନ ଖାନଙ୍କ ସରକାର ବ୍ରିଟେନକୁ ଅନୁରୋଧ କରିଛନ୍ତି । ଏନେଇ ପାକର ପ୍ରମୁଖ ଗଣମାଧ୍ୟମ ଡନ ପ୍ରକାଶିତ କରିଛି ।

ପାକିସ୍ତାନୀ ଗଣମାଧ୍ୟମ ଡନରେ ପ୍ରକାଶିତ ଖବର ଅନୁସାରେ, ପାକିସ୍ତାନ ସରକାର ସରିଫଙ୍କ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନ ସହ କଥାବାର୍ତ୍ତା ଚାଲିଥିବା କୁହାଯାଇଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶେହଜାଦ ଆକବରଙ୍କ ବିବୃତ୍ତିକୁ ପ୍ରକାଶ କରାଯାଇଛି ।

ଲଣ୍ଡନ ରାସ୍ତାରେ ସେ ଖୋଲାରେ ବୁଲୁଥିବା ବେଳେ ଏହା ଦେଶର ନ୍ୟାୟପାଳିକାକୁ ଅପମାନ । ତେଣୁ ସରକାର ତାଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି ପରାମର୍ଶଦାତା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଥିରେ ବ୍ୟକ୍ତିଗତ କିଛି ନାହିଁ । ଆମେ କେବଳ ଆଇନ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛୁ।

ଶେହଜାଦ ଆକବର ଆହୁରି ମଧ୍ୟ କହିଛନ୍ତି ଯେ, ସରିଫଙ୍କ ପ୍ରତ୍ୟର୍ପଣ ପାଇଁ ସରକାର ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ନାବ)କୁ ମଧ୍ୟ ଅନୁରୋଧ କରିବେ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ 2019 ମସିହା ଅକ୍ଟୋବର 29ରେ ଲାହୋର ହାଇକୋର୍ଟ ଚିକିତ୍ସା ପାଇଁ ଆଠ ସପ୍ତାହ ଜାମିନ ପ୍ରଦାନ କରିଥିଲେ । ଏହାସହ ପାକିସ୍ତାନ ମଧ୍ୟରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନଭେମ୍ବର 16ରେ ଅଧିକ ଚିକିତ୍ସା ପାଇଁ ଚାରି ସପ୍ତାହର ବିଦେଶ ଯାତ୍ରା କରିବାକୁ ଅନୁମତି ମିଳିଥିଲା।ଏହାପରେ ସେ ଆଉ ପାକିସ୍ତାନ ଫେରିନାହାନ୍ତି ।

@IANS

ABOUT THE AUTHOR

...view details