ଓଡିଶା

odisha

ETV Bharat / international

ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନକୁ ରଦ୍ଦ କଲା ୟୁଏଇ - pakistan pm

କୋରୋନା ବୃଦ୍ଧିକୁ ନେଇ କୌଣସି ସତର୍କତା ଅବଲମ୍ବନ କରୁନଥିବା ୟୁଏଇ ଜିସିଏଏ ଏକ ବିବୃତ୍ତିରେ କହିଛନ୍ତି । ଯାହାକୁ ନେଇ ସେ ପାକିସ୍ତାନରୁ ସମସ୍ତ ଉଡାଣ ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନକୁ ରଦ୍ଦ କଲା ୟୁଏଇ
ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନକୁ ରଦ୍ଦ କଲା ୟୁଏଇ

By

Published : Jun 29, 2020, 3:03 PM IST

ଆବୁଧାବି: ପାକିସ୍ତାନରେ କୋରୋନା ସଂକ୍ରମଣକୁ ରୋକିବା ନେଇ ଇମ୍ରାନ ସରକାରଙ୍କ ଖରାପ ମନୋଭାବକୁ ଦୃଷ୍ଟିରେ ରଖି ୟୁଏଇ ଜେନେରାଲ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଜିସିଏଏ) ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ୟୁଏଇ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ୟୁଏଇ ଅଭିମୁଖେ ଯାଉଥିବା ସମସ୍ତ ଯାତ୍ରୀଙ୍କ ପାଇଁ ପାକିସ୍ତାନ କୋଭିଡ-19 ଯାଞ୍ଚ ପାଇଁ ବ୍ୟବସ୍ଥା ନକରିଛି ସେ ପର୍ଯ୍ୟନ୍ତ ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନ ସ୍ଥଗିତ ରହିବ।

ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନକୁ ରଦ୍ଦ କଲା ୟୁଏଇ

ଜିସିଏଏ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, କୋରୋନା ବୃଦ୍ଧି ପାଉଥିବାରୁ ଏହି ସତର୍କତା ଅବଲମ୍ବନ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ସମସ୍ତ ଯାତ୍ରୀ ସେମାନଙ୍କ ଏୟାରଲାଇନ୍ସକୁ ଅବଗତ କରାଇବା ସହ ସେମାନଙ୍କର ତାରିଖକୁ ସ୍ଥଗିତ ରଖିବା ଉଚିତ ।

ୟୁଏଇ ପ୍ରଶାସନ ଅନୁଯାୟୀ, 'ପାକିସ୍ତାନ କ୍ରମାଗତ ଭାବରେ ସୁରକ୍ଷା ନିୟମ ଏବଂ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାକିସ୍ତାନର ଏହି ଖାମଖିଆଲି ମନୋଭାବକୁ ଅଣଦେଖା କରାଯାଇପାରିବ ନାହିଁ। ଯଦି ପାକିସ୍ତାନ ଉଡ଼ାଣ ଜାରି ରଖିବାକୁ ଚାହୁଁଛି, ତେବେ କୋଭିଡ-19 ପରୀକ୍ଷାକୁ ବାଧ୍ୟତାମୂଳକ କରିବାକୁ ପଡିବ'।

ପାକିସ୍ତାନରେ କୋରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ 24 ଘଣ୍ଟାରେ ଦେଶରେ 4 ହଜାରରୁ ଅଧିକ କୋରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ ସଂକ୍ରମିତ ସଂଖ୍ୟା 2 ଲକ୍ଷ ଅତିକ୍ରମ କରିଛି । ଏଥି ସହିତ ଏହି ମହାମାରୀ ଯୋଗୁଁ ପାକିସ୍ତାନରେ 4 ହଜାର 118 ଜଣଙ୍କର ମୃତ୍ୟୁ ଘଟିଛି।

ABOUT THE AUTHOR

...view details