ଟୋକିଓ: ଅଲମ୍ପିକ୍ସ ଶେଷ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ବାତ୍ୟାର ସତର୍କ ସୂଚନା ଜାରି କରାଯାଇଛି। ଏହି ବାତ୍ୟା ଯୋଗୁଁ ଅତି କମରେ 90 ଟି ବିମାନ ବାତିଲ କରାଯାଇଛି। ତେବେ ଅଲିମ୍ପିକ୍ ସମାରୋହରେ ଅଂଶଗ୍ରହଣ କରି ନିଜ ଦେଶକୁ ଫେରୁଥିବା ଖେଳାଳିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି । ଏହି ବାତ୍ୟାରେ ଜାପାନର ଦକ୍ଷିଣାଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇପାରେ। ବାତ୍ୟା ଯୋଗୁଁ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ଚେତାବନୀ ଜାରି ଦେଇଛି।
ଅଲମ୍ପିକ୍ସ ଶେଷ ହେବା ମାତ୍ରେ ଜାପାନରେ ଭୟଙ୍କର ବାତ୍ୟା, ୯୦ ବିମାନ ବାତିଲ୍ - ବାତ୍ୟା ଲୁପିଟ୍
ଅଲମ୍ପିକ୍ସ ଶେଷ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ବାତ୍ୟାର ସତର୍କ ସୂଚନା ଜାରି କରାଯାଇଛି। ଏହି ବାତ୍ୟା ଯୋଗୁଁ ଅତି କମରେ 90 ଟି ବିମାନ ବାତିଲ କରାଯାଇଛି। ଅଧିକ ପଢନ୍ତୁ...
ଜାପାନର ଗଣମାଧ୍ୟମ ରିପୋର୍ଟ କରିଛି ଯେ, ବାତ୍ୟା ଟାଇଫୁନ ମରିନା ଲୁମ୍ସ କାରଣରୁ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଜାପାନରେ 90 ରୁ ଅଧିକ ବିମାନ ବାତିଲ କରାଯାଇଛି। ଶନିବାର ଦିନ ଜାପାନ ପାଣିପାଗ ବିଭାଗ କହିଛି ଯେ, ବାତ୍ୟା ଦକ୍ଷିଣ ଆଡ଼କୁ ଗତି କରୁଛି ଏବଂ ରବିବାର ବିଳମ୍ବିତ ରାତିରେ କ୍ୟୁଶୁ ଦ୍ୱୀପରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଦ୍ୱୀପରେ ରହୁଥିବା ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଦିଆଯାଇଛି। ରାଜ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଘଣ୍ଟା ପ୍ରତି 50 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହା ସହ ପବନ ବେଗ ବଢିବ ଏବଂ ସମୁଦ୍ରରେ ଉଚ୍ଚ ଢେଉ ଆସିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଭଳି ପରିସ୍ଥିତିରେ ଜାପାନର ଦକ୍ଷିଣ ବେଳାଭୂମିରୁ ଲୋକଙ୍କୁ ହଟାଇବା ପାଇଁ ଚେତାବନୀ ଦିଆଯାଇଛି। ଗୁରୁବାର ଦିନ ବାତ୍ୟା ଲୁପିଟ୍ ଚୀନ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଥିଲା।
ଅଲିମ୍ପିକ୍ସ ଶେଷ ହେବା ପରେ ଟୋକିଓରେ ପାରା ଅଲିମ୍ପିକ୍ସ ଖେଳ ମଧ୍ୟ ଅନୁଷ୍ଠିତ ହେବ, ଯାହା 24 ଅଗଷ୍ଟରୁ ଆରମ୍ଭ ହୋଇ 5 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏହା ମଧ୍ୟରେ ଜାପାନ ସରକାର କିଛି ଦିନ ପୂର୍ବରୁ ଏକ ଆଦେଶ ଜାରି କରି ଦେଶର ଅନେକ ରାଜ୍ୟରେ ଜରୁରୀକାଳୀନ ଘୋଷଣା କରିଥିଲେ। ଏହାସହ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଥିଲେ ଯେ, କୋରୋନା ମାମଲା ବୃଦ୍ଧି ହେତୁ 31 ଅଗଷ୍ଟ ପର୍ଯ୍ୟନ୍ତ ଟୋକିଓ, ସୈତାମା, ଚିବା, କାନାଗାୱା, ଓସାକା ଏବଂ ଓକିନାୱା ଜିଲ୍ଲାରେ ଜରୁରୀକାଳୀନ ସ୍ଥିତି ବଳବତ୍ତର ରହିବ।