ଓଡିଶା

odisha

ETV Bharat / international

ଆଶ୍ଚର୍ଯ୍ୟ ! ଭୂକମ୍ପର ୪ଦିନ ପରେ ଭଗ୍ନାବଶେଷରୁ ଜୀବିତ ଶିଶୁ ଉଦ୍ଧାର - ଭଗ୍ନାବଶେଷରୁ ଜୀବିତ ଉଦ୍ଧାର ହେଲା ୩ବର୍ଷର ଶିଶୁ

ତୁର୍କୀ ଭୂମିକମ୍ପର 4 ଦିନ ପରେ ଭଗ୍ନାବଶେଷରୁ ଜୀବିତ ଉଦ୍ଧାର ହେଲା ୩ବର୍ଷର ଶିଶୁ । ଶୁକ୍ରବାର ଦିନ ତୁର୍କୀ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଇଜମି ସହରର ଏକ ଆଠ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିଥିବା ବେଳେ ମଙ୍ଗଳବାର ଏହି ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

Turkey earthquake: 3 year old girl rescued alive from debris after four days
ତୁର୍କି ଭୂମିକମ୍ପ : ୪ଦିନ ପରେ ଭଗ୍ନାବଶେଷରୁ ଜୀବିତ ଉଦ୍ଧାର ହେଲା ୩ବର୍ଷର ଶିଶୁ

By

Published : Nov 4, 2020, 12:17 PM IST

ଅଙ୍କରା: କଥାରେ ଅଛି ଯାହକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏପରି ଏକ ବିସ୍ମୟକାରୀ ଘଟଣା ତୁର୍କୀରେ ଦେଖିବାକୁ ମିଳିଛି । ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପ ଏବଂ ସୁନାମି କାରଣରୁ ପ୍ରାୟ ୯୩ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଦୀର୍ଘ 4 ଦିନ ଧରି ମାଟି ତଳେ ରହିମଧ୍ୟ ବଞ୍ଚିଯାଇଛି ଜଣେ ୩ ବର୍ଷୀୟ ଶିଶୁ । 91 ଘଣ୍ଟାର ବ୍ୟବଧାନ ପରେ ଜଣେ ୩ ବର୍ଷୀୟ ଶିଶୁକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ସୂଚନାମୁତାବକ, ଶୁକ୍ରବାର ଦିନ ତୁର୍କୀ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଇଜମି ସହରର ଏକ ଆଠ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ଏହି ଛୋଟ ଝିଅଟି ଆପାର୍ଟମେଣ୍ଟର ଭଗ୍ନାବଶେଷରେ ଫସି ରହିଥିଲା ।

ଆୟଦା ​‌ଗେଜଗିନ୍ ନାମ୍ନୀ ଝିଅକୁ ମଙ୍ଗଳବାର ଆମ୍ବୁଲାନ୍ସରୁ ନିଆ ଯାଉଥିବାବେଳେ ସେ ଜୀବିତ ଥିବା ଦେଖାଯାଇଥିଲା। ତାକୁ ବାହାର କରାଯିବା ପରେ ଉଦ୍ଧାରକାରୀମାନେ ତାଳି ବଜାଇ ଖୁସି ପ୍ରକାଶ କରିଥିଲେ ଏବଂ ସେଠାରେ ଥିବା ଲୋକେ ଈଶ୍ବର ମହାନ୍ ସ୍ଲୋଗାନ ଦେଇଥିଲେ । ଗତ ଶୁକ୍ରବାର ହୋଇଥିବା ଭୂମିକମ୍ପ ପରେ ଆପାର୍ଟମେଣ୍ଟର ଭଗ୍ନାବଶେଷରୁ ପ୍ରାୟ 107 ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ।

ଏହି ଦୁର୍ଘଟଣାରେ ଆୟଦାଙ୍କ ମାଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପରେ ତାଙ୍କ ମୃତଦେହକୁ ଅଳିଆ ଗଦାରୁ ବାହାର କରାଯାଇଥିଲା । ଭୂକମ୍ପ ସମୟରେ ଆୟଦାଙ୍କ ଭାଇ ଓ ବାପା ବିଲ୍ଡିଂରେ ନଥିଲେ । ସମାନ ଢଙ୍ଗରେ ଗତକାଲି ଜଣେ ୧୪ ବର୍ଷୀୟା ବାଳିକାକୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ତୁର୍କୀରେ ଭୂମିକମ୍ପ ଏବଂ ସୁନାମି କାରଣରୁ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କର ପ୍ରାଣହାନି ଘଟିବା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହା ବ୍ୟତିତ ଗ୍ରୀସରେ ମଧ୍ୟ ଭୂକମ୍ପ ପ୍ରଭାବରେ ୧୯ ଲୋକଙ୍କ ଜୀବନ ଯାଇଛି ।

ABOUT THE AUTHOR

...view details