ଟୋକିଓ: ଜାପାନରେ ଭୟଙ୍କର ରୂପ ନେବାରେ ଲାଗିଛି କୋରୋନା ସଂକ୍ରମଣ । ବର୍ତ୍ତମାନ ଏହାର କବଳରେ ଜାପାନର 2855 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜୀବନ ହାରିଛନ୍ତି 69 ଜଣ ନାଗରିକ । ଆଗକୁ ଏହାର ଭୟାବହତା ଚିନ୍ତା କରି ଜାପାନ ସରକାରଙ୍କୁ ସତର୍କ ହେବା ପାଇଁ ଚେତାବନୀ ଦେଇଛନ୍ତି ଟୋକିଓ ରାଜ୍ୟପାଳ ୟୁରିକୋ କୋଇକେ ।
ଜାପାନରେ କୋରୋନା: ଚିନ୍ତାରେ ଟୋକିଓ ରାଜ୍ୟପାଳ ୟୁରିକୋ କୋଇକୋ - ଜାପାନ ପ୍ରଧାନମନ୍ତ୍ରୀ ସିନଜୋ ଆବେ
ବର୍ତ୍ତମାନ କୋରୋନା କବଳରେ ଜାପାନର 2855 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜୀବନ ହାରିଛନ୍ତି 69 ଜଣ ନାଗରିକ ।

ଶୁକ୍ରବାର ଗଣମାଧ୍ୟମକୁ ସମ୍ବୋଧନ କରି ୟୁରିକୋ କହିଛନ୍ତି କି ବିଶ୍ବର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ଥିବା ଦେଶକୁ ଯଦି ଥରେ କୋରୋନା ନିଜ କବଳକୁ ଆଣେ ତେବେ ଏହା ନା ଯେ ଦେଶରେ ବ୍ୟାପକ କ୍ଷତି କରିବ ବରଂ ଏହା ବୈଶ୍ବିକ ଅର୍ଥ ବ୍ୟବସ୍ଥାରେ ମଧ୍ୟ ଘୋର ସଙ୍କଟ ସୃଷ୍ଟି କରିବ । ତେଣୁ ଏପରି ବିପଦ ଦେଶକୁ ଗ୍ରାସ କରିବା ପୂର୍ବରୁ ଷ୍ଟେଟ ଏମର୍ଜେନ୍ସି ବା ରାଜ୍ୟରେ ଆପାତକାଳୀନ ସ୍ଥିତି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ସିନଜୋ ଆବେଙ୍କୁ ନିବେଦନ କରିଛନ୍ତି ୟୁରିକୋ ।
ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ବିଶ୍ବରେ କୋରୋନା ଏକ ମୁଖ୍ୟ ସଙ୍କଟ ଭାବେ ଉଭା ହୋଇଥିବା ବେଳେ ଜାପାନ ସରକାର ଆଗକୁ କିଛି ବିପତ୍ତି ଆସିବା ପୂର୍ବରୁ ଏଥିପ୍ରତି ସତର୍କ ହେବା ଦରକାର । ଯାହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ସିନଜୋ ଆବେ ଦେଶର ସମସ୍ତ ସ୍କୁଲ, କଲେଜ ଆଦି ବନ୍ଦ କରାଇଛନ୍ତି । ଏଥିସହ ଆବଶ୍ୟକ ନଥିଲେ ସାମାଜିକ ଦୂରତ୍ବକୁ ବଜାୟ ରଖିବା ପାଇଁ ସେ ଦେଶବାସୀଙ୍କୁ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଦେଶରେ କୋରୋନାର ପ୍ରକୋପ ସେତେ ମାତ୍ରାରେ ନାହିଁ । କାରଣ ଦେଶବାସୀ ଏଥିପ୍ରତି ଖୁବ ସତର୍କ ରହିଛନ୍ତି ।