ନୂଆଦିଲ୍ଲୀ: ଆଠ ବର୍ଷ ବାଳକର କମାଲ । 106ରୁ ଉର୍ଦ୍ଧ୍ବ ଭାଷାକୁ ଲେଖିପଢି ପାରୁଛି କୁନିପୁଅ । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଇଟିଛି ଚୀନର ଏଭଳି ଜଣେ ପ୍ରତିଭା । ନାଁ ନିଲ ଠୋଗୁଲୁବା ।
ଥରେ ଭାବନ୍ତୁ ତ ! ବର୍ଷ ବର୍ଷ ଧରି ବିଭିନ୍ନ ଭାଷା ଉପରେ ଅଧ୍ୟୟନ କରୁଥିବା ଭାଷାବିଦମାନଙ୍କ ପକ୍ଷରେ ଯାହା ସମ୍ଭବ ନୁହେଁ, ତାହା କରି ଦେଖାଇଛି ଚୀନର ପୁଅ । ଯେଉଁ ବୟସରେ ମାତୃଭାଷା ଉପରେ ଦକ୍ଷତା ହାସଲ କରିବା ଅସମ୍ଭବ, ସେହି ବୟସରେ 106ରୁ ଉର୍ଦ୍ଧ୍ବ ଭାଷାକୁ ଲେଖିବା ଏବଂ ପଢିବାରେ ସେ ସକ୍ଷମ । ଆଉ ନିଲଙ୍କ ଏହି ଭାଷା ଶିକ୍ଷାରେ ରହିଛି ୟୁଟୁବର ହାତ । ୟୁଟୁବରୁ ବିଭିନ୍ନ ଭାଷା ଶିଖିଥାନ୍ତି ନିଲ । ଏପରିକି International Phonetic Alphabet(IPA) ସେ ଜାଣିଥିବାରୁ ବିଭିନ୍ନ ଭାଷାର ଉଚ୍ଚାରଣ ଏବଂ ଅର୍ଥ ବୁଝିବାକୁ ତାଙ୍କୁ ବେଶ ସହଜ ହୋଇଥାଏ ।