କାଠମାଣ୍ଡୁ: କୋରୋନା ସଂକ୍ରମଣ ରୋକିବାକୁ ନେପାଳରେ ମଙ୍ଗଳବାର ଠାରୁ 31 ତାରିଖ ଯାଏଁ ଲକ ଡାଉନ କରାଯାଇଛି । ଏନେଇ ନେପାଳ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ନେପାଳରେ ଏହି ଲକ ଡାଉନ ମାର୍ଚ୍ଚ 24 ତାରିଖ ସକାଳ 6ଟାରୁ ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ । କେବଳ ଜରୁରୀକାଳୀନ ଦ୍ରବ୍ୟ ଓ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରତିଷ୍ଠାନକୁ ବନ୍ଦ କରାଯାଇଥିବା କୁହାଯାଇଛି ।