ବେଜିଂ: ଚୀନରେ କୋରୋନା ଭାଇରସ ପୀଡିତଙ୍କ ମୃତ୍ୟୁ ସଂଖ୍ୟା 56ରେ ପହଞ୍ଚିଛି । ସେହିପରି ଦେଶରେ 2ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଚୀନ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଚୀନର ଉହାନ ସହରରେ ଏହି ରୋଗ ଦେଖାଯିବା ପରେ ଏହା ଚୀନରେ ବ୍ୟାପିବାକୁ ଲାଗିଛି । ଏହାକୁ ନେଇ ଚୀନ ହାଇଆଲର୍ଟ ଜାରି କରିଛି ।
ଚୀନରେ କୋରୋନା ଆତଙ୍କ, 56 ଛୁଇଁଲା ମୃତ୍ୟୁ ସଂଖ୍ୟା
ଚୀନରେ କୋରୋନା ଭାଇରସ ପୀଡିତଙ୍କ ମୃତ୍ୟୁ ସଂଖ୍ୟା 56ରେ ପହଞ୍ଚିଛି । ସେହିପରି ଦେଶରେ 2ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।
ଚୀନରେ କୋରୋନା ଆତଙ୍କ, 56ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
2020 ବର୍ଷର ପ୍ରାରମ୍ଭରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୋରୋନାର ଅନ୍ୟ ଏକ ନୂଆ ରୂପକୁ ଆବିଷ୍କାର କରାଯାଇଛି । ଯାହାର ନାମ ହେଉଛି 2019 ନୋଭାଲ କୋରୋନା ଭାଇରସ (2019-nCoV) । ଯାହା ଚୀନର ଉହାନ ସହରରେ ଦେଖିବାକୁ ମିଳିଛି । ତେଣୁ ଏହାକୁ ଉହାନ ଭାଇରସ ମଧ୍ୟ କୁହାଯାଉଛି। ଏହି ଭୂତାଣୁ ପ୍ରଭାବରେ ନାକ ବନ୍ଦ ହୋଇଯିବା, କାଶ ଲାଗିରହିବା, ନିମୋନିଆ ଓ ଗଳା ସଂକ୍ରମଣ ଆଦି ବିଭିନ୍ନ ଲକ୍ଷଣ ଦେଖାଯାଉଛି ।