ବେଞ୍ଜିଂ: ଚୀନ ରାଷ୍ଟ୍ରପତି ଏକ ବଡ ବୟାନ । ମହାମାରୀ ସଙ୍କଟ ସମୟରେ ନିଜ ସେନାକୁ ପ୍ରଶିକ୍ଷଣ ଦୃଢ କରିବା ସହ ଯୁଦ୍ଧ ପାଇଁ ତେୟାର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ । ମଙ୍ଗଳବାର ଏକ ମିଡିଆକୁ ସି ଜିଙ୍ଗପିନ କହିଛନ୍ତି, ଦେଶର ସାର୍ବଭୌମତ୍ବ , ଦେଶର ସମଗ୍ର ସାମଗ୍ରିକ ସ୍ଥିରତାକୁ ରକ୍ଷାକରିବାକୁ ପ୍ରଶିକ୍ଷଣକୁ ବ୍ୟାପକ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ଜିଙ୍ଗପିନ ।
ଜିଙ୍ଗପିଙ୍ଗଙ୍କ ଏଭଳି ବୟାନ ଏହି ସମୟରେ ଆସିଛି ଯେଉଁ ସମୟରେ, କୋରୋନାର ମହାମାରୀକୁ ଉପୁଜିଥିବା ପରିସ୍ଥିତିକୁ ନେଇ ଆମେରିକା ବାରମ୍ବାର ଚୀନ ଉପରେ ଦୋଷ ଦେଇଆସୁଛି । ଉଭୟ ସମ୍ପର୍କ ଏବେ ତିକ୍ତତା ଚରମ ସୀମାର ପହଞ୍ଚିଛି । ସ୍ଥାନୀୟ ରାଜନେତା ଓ କୂଟନୀତିଜ୍ଞମାନେ ପୂର୍ବକ ତାଇୱାନକୁ ଚୀନ ସହ ମିଶାଇବାକୁ ପରାମର୍ଶ ଦେଉଛନ୍ତି । ଏହା ସହ ହଂକଂରେ ଗଣତନ୍ତ୍ର ସମର୍ଥକଙ୍କ ସ୍ବର ଦମନ କରିବାକୁ ଚେଷ୍ଟା କରିବାକୁ ହଂକର ସ୍ବତନ୍ତ୍ର ପ୍ରଶାସିତ ଅଞ୍ଚଳରେ ନୂତତ ଓ ବିବାଦୀୟ ଆଇନ ପ୍ରଣୟନ ହୋଇପାରେ ।