ଓଡିଶା

odisha

ETV Bharat / international

ଥାଇଲାଣ୍ଡରେ ଆହୁରି ମାସେ ରହିବ ଆପାତକାଳୀନ ସ୍ଥିତି - ଥାଇଲାଣ୍ଡରେ ଆପାତକାଳୀନ ସ୍ଥିତି

ଥାଇଲାଣ୍ଡର ଜାତୀୟ ସୁରକ୍ଷା ପରିଷଦ (ଏନଏସସି) ଗୁରୁବାର ଦେଶରେ ଆହୁରି ମାସେ ପାଇଁ ଆପାତକାଳୀନ ସ୍ଥିତି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି ।

ଥାଇଲାଣ୍ଡରେ ଆହୁରି ମାସେ ବଢିବ ଆପାତକାଳୀନ ସ୍ଥିତି
ଥାଇଲାଣ୍ଡରେ ଆହୁରି ମାସେ ରହିବ ଆପାତକାଳୀନ ସ୍ଥିତି

By

Published : May 22, 2020, 6:42 AM IST

ବ୍ୟାଙ୍କକକ: ଥାଇଲାଣ୍ଡର ଜାତୀୟ ସୁରକ୍ଷା ପରିଷଦ (ଏନଏସସି) ଗୁରୁବାର ଦେଶରେ ଆହୁରି ମାସେ ପାଇଁ ଆପାତକାଳୀନ ସ୍ଥିତି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । ଏନେଇ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚାଙ୍କ ଅଧ୍ୟକ୍ଷତାରେ କୋଭିଡ-19 ପରିସ୍ଥିତି ପ୍ରଶାସନ ଶୁକ୍ରବାର ଏନଏସସିର ଏହି ପ୍ରସ୍ତାବରେ ମୋହର ମାରିବା ନେଇ ଜଣା ପଡିଛି । ବର୍ତ୍ତମାନେ ଦେଶରେ କୋରୋନା ସ୍ଥିତି ନେଇ ଏପରି ନିଷ୍ପତ୍ତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।

ତେବେ ଏନଏସସିର ପ୍ରସ୍ତାବ ମୁତାବକ ଦେଶରେ ଆପାତକାଳୀନ ପରିସ୍ଥିତି ଜୁନ ଶେଷ ଯାଏଁ ବଳବତ୍ତର ରହିବ । ଏହି ଆଧାରରେ ଦେଶରେ ମହାମାରୀ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହ 5 ଘଣ୍ଟିଆ କର୍ଫ୍ୟୁ ଲାଗୁ ରହିବ । ପୂର୍ବରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବାର ଯୋଜନା ରହିଥିଲା । ହେଲେ ପରିସ୍ଥିତି ଦେଖି ନିୟମକୁ ଆହୁରି ମାସେ ଯାଏଁ କଡାକଡି କରିବାକୁ ଏନଏସସି ପ୍ରସ୍ତାବ ଦେଇଛି ।

ସେପଟେ ଏନେଇ ଏନଏସସି ସାଧାରଣ ସଚିବ ସୋମସାକ ରୁଙ୍ଗିସ୍ତା କହିଛନ୍ତି କି ଏପରି ପଦକ୍ଷେପ ଦ୍ବାରା ଦେଶରେ କୋରୋନାର ଦ୍ବିତୀୟ ଲହରୀକୁ ରୋକିବାର ପ୍ରୟାସ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ 3037 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 56ରେ ସ୍ଥିର ରହିଛି ।

@IANS

ABOUT THE AUTHOR

...view details