ଓଡିଶା

odisha

ETV Bharat / international

ଆଫଗାନିସ୍ତାନରେ ତାଲିବାନୀ ଆତ୍ମଘାତୀ ବିସ୍ଫୋରଣ, 9 ମୃତ

ଆଫଗାନିସ୍ତାନରେ ପରକୁ ପର ଲାଗି ରହିଛି ଆତଙ୍କୀ ଆକ୍ରମଣର ତାଲିକା । ସୋମବାର ଆଫଗାନିସ୍ତାନର ସୁରକ୍ଷା ବେସ ଘଜନୀ ପ୍ରାନ୍ତରେ ଏକ ତାଲିବାନୀ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 9 ଜଣଙ୍କ ମୃତ୍ୟୁ ହେବା ସହ 40ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣା ପଡିଛି ।

By

Published : May 18, 2020, 8:13 PM IST

terror attack in afghanistan, suicidal bombing in afghanistan, afghanistan latest news, talibani suicidal bombing, talibani attack on afghanistan, ଆଫଗାନିସ୍ତାନରେ ଆତଙ୍କୀ ଆକ୍ରମଣ, ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ଆଫଗାନିସ୍ତାନ ଲାଟେଷ୍ଟ ନ୍ୟୁଜ୍‌, ତାଲିବାନୀ ଆତ୍ମଘାତୀ ବିସ୍ଫୋରଣ, ଆଫଗାନିସ୍ତାନରେ ତାଲିବାନୀ ଆକ୍ରମଣ
ଆଫଗାନିସ୍ତାନରେ ତାଲିବାନୀ ଆତ୍ମଘାତୀ ବିସ୍ଫୋରଣ, 9 ମୃତ

କାବୁଲ: ଆଫଗାନିସ୍ତାନରେ ପରକୁ ପର ଲାଗି ରହିଛି ଆତଙ୍କୀ ଆକ୍ରମଣର ତାଲିକା । ସୋମବାର ଆଫଗାନିସ୍ତାନର ସୁରକ୍ଷା ବେସ ଘଜନୀ ପ୍ରାନ୍ତରେ ଏକ ତାଲିବାନୀ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 9 ଜଣଙ୍କ ମୃତ୍ୟୁ ହେବା ସହ 40ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣା ପଡିଛି । ରମଜାନ ମାସରେ ନିଜର ଆତଙ୍କୀ ଆକ୍ରମଣକୁ ସ୍ବୀକାର କରିଛି ତାଲିବାନ ।

ଦୀର୍ଘ ମାସେ ହେବ ଆଫଗାନିସ୍ତାନରେ ବିଭିନ୍ନ ସମୟରେ ଆକ୍ରମଣ ଜାରି ରହିଥିବା ବେଳେ ସୋମବାର ଇସଲାମିକ ଧର୍ମର କେନ୍ଦ୍ରସ୍ଥଳ କୁହାଯାଉଥିବା ଘଜନୀ ପ୍ରାନ୍ତରେ ପୁଣି ହୋଇଛି ଆଉ ଏକ ଆତ୍ମଘାତୀ ବିସ୍ଫୋରଣ । ଏଥିରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ନେି ବିଧିବଦ୍ଧ ଭାବେ ପ୍ରକାଶ କରିଛନ୍ତି ଅନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ତାରିକ ଆରିଆନ । ସେପଟେ ଘଜନୀର ରାଜ୍ୟପାଳଙ୍କ ସୂଚନା ମୁତାବକ ଭୋର ପ୍ରାୟ 4.40 ମିନିଟ୍‌ରେ ଏକ ବିସ୍ଫୋରକ ବୋଝେଇ ଟ୍ରକରେ ହଠାତ ବିସ୍ଫୋରଣ ହୋଇଥିଲା । ଏହି ଟ୍ରକଟି ଦେଶର ମୁଖ୍ୟ ଇଣ୍ଟେଲିଜେନ୍ସ ଏଜେନ୍ସି ନ୍ୟାସନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟିର ମୁଖ୍ୟ ଫାଟକ ପାଖରେ ହୋଇଥିବା ସେ କହିଛନ୍ତି ।

ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଘଟଣାରେ ଆହତ ସମସ୍ତେ ସୁରକ୍ଷାକର୍ମୀ । ତେବେ ଏହା ଏତେ ଶକ୍ତିଶାଳୀ ବିସ୍ଫୋରଣ ଥିଲା କି ଏହା ଦ୍ବାରା 2 କିଲୋମିଟର ଦୂରରେ ଥିବା ଘରର ଝରକା ମଧ୍ୟ ଭାଙ୍ଗିଯାଇଥିଲା । ଏହି ଘଟଣାରେ ପ୍ରତିକ୍ରିୟା ଦେଇ ମୁଜାହିଦ୍ଦିନ ଅଧ୍ୟକ୍ଷ ଅଶରଫ ଘାନୀ କହିଛି କି ଏହା ସଦ୍ୟ ଆରମ୍ଭ ହୋଇଥିବା ‘ଅଫେନ୍ସିଭ ଅପରେସନ’ର ଏକ ଅଂଶ । ସେପଟେ ଏହି ଘଟଣାକୁ ନେଇ ଆଫଗାନିସ୍ତାନ ସରକାର ତାଲିବାନକୁ ଦୋଷୀ କହିଥିବା ବେଳେ ଘଟଣାରେ ନିଜ ସମ୍ପୃକ୍ତିକୁ ଖଣ୍ଡନ କରିଛି ତାଲିବାନ ।

@IANS

ABOUT THE AUTHOR

...view details