ଓଡିଶା

odisha

ETV Bharat / international

ଆଫଗାନୀ ମିଲିଟାରୀ ଆଉଟପୋଷ୍ଟ ଉପରେ ତାଲିବାନୀ ଆକ୍ରମଣ, 5 ଶହୀଦ

ଯୁକ୍ତରାଷ୍ଟ୍ର ଆମେରିକା ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କରିବା ପରେ ଦିନକୁ ଦିନ ଉତ୍ତେଜିତ ହେବାରେ ଲାଗିଛି ତାଲିବାନ । ବାରମ୍ବାର ନିୟମ ଉଲ୍ଲଂଘନ କରି ତାଲିବାନ ଆକ୍ରମଣ କରି ଚାଲିଥିବା ବେଳେ ପୁଣି ଏହି ଆକ୍ରୋଶର ଶିକାର ହୋଇଛି ଆଫଗାନିସ୍ତାନ ।

By

Published : May 4, 2020, 10:08 PM IST

attack on afghan military outpost, talibani attack on afghan military outpost, talibani attack, taliban targets afghanistan, taliban-afghanistan relation, ଆଫଗାନୀ ମିଲିଟାରୀ ଆଉଟପୋଷ୍ଟରେ ଆକ୍ରମଣ, ଆଫଗାନୀ ମିଲିଟାରୀ ଆଉଟପୋଷ୍ଟରେ ତାଲିବାନୀ ଆକ୍ରମଣ, ତାଲିବାନ ଟାର୍ଗେଟରେ ଆଫଗାନିସ୍ତାନ, ତାଲିବାନ-ଆଫଗାନିସ୍ତାନ ସମ୍ପର୍କ, ତାଲିବାନୀ ଆକ୍ରମଣ
ଆଫଗାନୀ ମିଲିଟାରୀ ଆଉଟପୋଷ୍ଟ ଉପରେ ତାଲିବାନୀ ଆକ୍ରମଣ, 5 ଶହୀଦ

କାବୁଲ: ଯୁକ୍ତରାଷ୍ଟ୍ର ଆମେରିକା ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କରିବା ପରେ ଦିନକୁ ଦିନ ଉତ୍ତେଜିତ ହେବାରେ ଲାଗିଛି ତାଲିବାନ । ବାରମ୍ବାର ନିୟମ ଉଲ୍ଲଂଘନ କରି ତାଲିବାନ ଆକ୍ରମଣ କରି ଚାଲିଥିବା ବେଳେ ପୁଣି ଏହି ଆକ୍ରୋଶର ଶିକାର ହୋଇଛି ଆଫଗାନିସ୍ତାନ । ରବିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ଏକ ମିଲିଟାରୀ ଆଉଟପୋଷ୍ଟ ଉପରେ ଆକ୍ରମଣ କରିଥିଲା ତାଲିବାନ । ଯେଉଁଥିରେ 5 ଜଣ ଆଫଗାନି ସୈନ୍ୟ ଶହୀଦ ହୋଇଥିବା ବେଳେ 7ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ପ୍ରାନ୍ତୀୟ ରାଜ୍ୟପାଳଙ୍କ ମୁଖପାତ୍ର ଓମାର ଜ୍ବାକଙ୍କ ସୂଚନା ମୁତାବକ ଏହି ଆକ୍ରମଣ ନହର-ଓ-ସରଜ ଜିଲ୍ଲା ଅନ୍ତର୍ଗତ ହେଲମଣ୍ଡ ପ୍ରାନ୍ତରେ ଘଟିଛି । ଏଥିରେ ଆକ୍ରମଣକାରୀ ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ ଦ୍ବାରା ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସମ୍ପୃକ୍ତ ସ୍ଥାନରେ ଥିବା 150 ସୈନ୍ୟଙ୍କ ମଧ୍ୟରୁ 5 ଜଣ ସୈନ୍ୟ ଶହୀଦ ହୋଇଛନ୍ତି ଓ 7ରୁ ଅଧିକ ସୈନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଏହି ପ୍ରାନ୍ତରେ ସୁରକ୍ଷା ବ୍ୟବସ୍ଥା ଉଭୟ ଆଫଗାନିସ୍ତାନ ଓ ଏକ ଗୁଇନ୍ଦା ସଂସ୍ଥା ଦ୍ବାରା ପରିଚାଳିତ ।

ଏହି ଆକ୍ରମଣର ବିବୃତି ଦେଇ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କି ଆକ୍ରମଣରେ ଆଉଟପୋଷ୍ଟରେ ଥିବା ଅନେକ ଗାଡି କ୍ଷତିଗ୍ରସ୍ତ ହେବା ସହ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି । ସେପଟେ ସେ ଘଟଣା ମୃତାହତଙ୍କ ସଠିକ ସଂଖ୍ୟା ଦର୍ଶାଇ ନଥିଲେ । ଅପରପାର୍ଶ୍ବରେ ଘଟଣା ସମ୍ପର୍କରେ ତାଲିକବାନୀ ମୁଖପାତ୍ର କ୍ୟାରି ୟୁସୁଫ ଅହମଦୀଙ୍କ କହିବା ମୁତାବକ ଏହା ଆଫଗାନିସ୍ତାନ ପାଇଁ ଏକ ଚେତାବନୀ ଥିଲା । ଆଫଗାନିସ୍ତାନସ୍ଥିତ ଆମେରିକୀୟ ସେନା ବାରମ୍ବାର ଶାନ୍ତି ଚୁକ୍ତି ଭଙ୍ଗ କରି ପ୍ରଥମେ ଆକ୍ରମଣ କରିଛି । ଆଫଗାନିସ୍ତାନ ମଧ୍ୟ ଏଥିରେ ସହଯୋଗ କରିଛି । ତେଣୁ ଏହି ଆକ୍ରମଣ ଏହାର ଏକ ପ୍ରତି ଜବାବ ।

ସୂଚନ ଅନୁଯାୟୀ ଚଳିତବର୍ଷ ଫେବୃଆରୀ 29ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ତାଲିବାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷର କରାଯାଇଥିଲା । ଏହା ପରେ ପରେ ଆଫଗାନିସ୍ତାନ ଓ ଆମେରିକା ମିଳିତ ଭାବେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲେ । ଯାହାର ଜବାବ ଦେବା ପାଇଁ ଏପ୍ରିଲ 5ରେ ତାଲିବାନ କଡା ଚେତାବନୀ ଦେଇଥିଲା ।

@IANS

ABOUT THE AUTHOR

...view details