ଓଡିଶା

odisha

ETV Bharat / international

ତାଲିବାନ କବଳରୁ ମୁକୁଳିବେ ଆଫଗାନ କଏଦୀ - ତାଲିବାନ-ଆଫଗାନ ସମ୍ପର୍କ

ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତିର ଆଧାରରେ ରବିବାର ମୁକୁଳିବେ ଆଫଗାନ କଏଦୀ । ଏନେଇ ସୂଚନା ଦେଇଛନ୍ତି ତାଲିବାନୀ ମୁଖପାତ୍ର ସୁହୈଲ ଶାହୀନ ।

taliban to release afghan prisoners, afghan prisoners, taliban-afghan relation, afghan prisoners in taliban, ତାଲିବାନରୁ ଆଫଗାନ କଏଦୀ ମୁକ୍ତ, ଆଫଗାନ କଏଦୀ, ତାଲିବାନ-ଆଫଗାନ ସମ୍ପର୍କ, ତାଲିବାନରେ ଆଫଗାନ କଏଦୀ
ତାଲିବାନ କବଳରୁ ପ୍ରଥମେ ମୁକୁଳିବେ ଆଫଗାନ କଏଦୀ

By

Published : Apr 12, 2020, 10:51 PM IST

କାବୁଲ: ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତିର ଆଧାରରେ ରବିବାର ମୁକୁଳିବେ ଆଫଗାନ କଏଦୀ । ଏନେଇ ସୂଚନା ଦେଇଛନ୍ତି ତାଲିବାନୀ ମୁଖପାତ୍ର ସୁହୈଲ ଶାହୀନ । ଏକ ଟ୍ବିଟର ପୋଷ୍ଟ ଜରିଆରେ ସେ କହିଛନ୍ତି କି ରବିବାର 20 ଜଣ ଆଫଗାନ କଏଦୀଙ୍କୁ ତାଲିବାନୀ କାରାଗାରରୁ ମୁକ୍ତ କରାଯିବ ।

ସେ ଏହା ମଧ୍ୟ କହିଛନ୍ତି କି ମୁକ୍ତ ଆଫଗାନ କଏଦୀମାନଙ୍କୁ ଦକ୍ଷିଣାଞ୍ଚଳର କନ୍ଦାହାର ସହରରେ ରେଡକ୍ରସ ମୁଖ୍ୟଙ୍କୁ ହସ୍ତାନ୍ତର କରାଯିବ । ତେବେ ଏହି ନାଗରିକ ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଭୁଲ ବୁଝାମଣା ହୋଇଥିଲା । ଫଳରେ ନିର୍ଦ୍ଧାରିତ ସମୟର ଢେର ପରେ ରବିବାର ପ୍ରଥମେ ତାଲିବାନ ପଦକ୍ଷେପ ସ୍ବରୂପ ଆଫଗାନି କଏଦୀଙ୍କୁ ମୁକ୍ତ କରିବା ପାଇଁ ସୂଚନା ଦେଇଛି ।

ପ୍ରତି ବଦଳରେ ଆଫଗାନ ମଧ୍ୟ ଶତାଧିକ ତାଲିବାନୀ କଏଦୀଙ୍କୁ ମୁକ୍ତ କରିବା ପାଇଁ ଦେଇଛି ସବୁଜ ସଙ୍କେତ । ତେବେ ଗତ ଫେବୃଆରୀରେ ୱାଶିଂଟନ ତାଲିବାନ ସହିତ ଏକ ଚୁକ୍ତି ସ୍ବାକ୍ଷର କରିଥିଲା । ଯେଉଁଥିରେ ୱାଶିଂଟନ ଆଫଗାନରେ ନିୟୋଜିତ ୟୁଏସ ଓ ବିଦେଶୀ ସୈନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରତିଶୃତି ଦେଇଛି ।

ABOUT THE AUTHOR

...view details