ଓଡିଶା

odisha

ETV Bharat / international

ତାଲିବାନ କବଳରୁ ମୁକ୍ତ ହେଲେ 14 ଆଫଗାନୀ ବନ୍ଦୀ

ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ମୁତାବକ ସୋମବାର 14 ଜଣ ଆଫଗାନୀ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ତାଲିବାନ ମୁକ୍ତ କରିଛି । ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ଏହି ବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିବା ନେଇ ସ୍ପଷ୍ଟ କରିଥିଲେ ତାଲିବାନ ସରକାରୀ ମୁଖପାତ୍ର ସୁହୈଲ ଶାହୀନ ।

By

Published : Jun 22, 2020, 9:59 PM IST

afghanistan-taliban relation, afghanistan-taliban prisoner exchange, taliban-us agreement, ଆଫଗାନିସ୍ତାନ-ତାଲିବାନ ସମ୍ପର୍କ, ଆଫଗାନିସ୍ତାନ-ତାଲିବାନ ବନ୍ଦୀ ହସ୍ତାନ୍ତର, ତାଲିବାନ-ଆମେରିକା ଚୁକ୍ତି
ତାଲିବାନ କବଳରୁ ମୁକ୍ତ ହେଲେ 14 ଆଫଗାନୀ ବନ୍ଦୀ

କାବୁଲ: ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ମୁତାବକ ସୋମବାର 14 ଜଣ ଆଫଗାନୀ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ତାଲିବାନ ମୁକ୍ତ କରିଛି । ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ଏହି ବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିବା ନେଇ ସ୍ପଷ୍ଟ କରିଥିଲେ ତାଲିବାନ ସରକାରୀ ମୁଖପାତ୍ର ସୁହୈଲ ଶାହୀନ । ଏ ସମ୍ବନ୍ଧରେ ଟ୍ବିଟରେ ସୂଚନା ଦେଇ ଶାହୀନ କହିଥିଲେ କି ଇମସାମିକ ଧର୍ମୀୟ ଲୋଗାର, ନାଙ୍ଗରହାର ଓ ନୁରିସ୍ତାନ ପ୍ରାନ୍ତରେ ଏହି ବନ୍ଦୀମାନଙ୍କୁ ମୁକ୍ତ କରାଯାଇଛି ।

ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଇଣ୍ଟ୍ରା-ଆଫଗାନ ଚୁକ୍ତିର ଆଲୋଚନା ଆରମ୍ଭ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବନ୍ଦୀ ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ନିଷ୍ପତ୍ତି ନିଆଯାଇଛି । ଏନେଇ ତାଲିବାନର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ବରାଦର ଅଖୁଣ୍ଡ ଆଫଗାନିସ୍ତାନର ମିଳିତ ରାଷ୍ଟ୍ର ସହାୟତା ମିଶନ ମୁଖ୍ୟ ଦେବୋରା ଲିଓନଙ୍କ ସହ କତାର ରାଜଧାନୀ ଦୋହାରେ ସାକ୍ଷାତ କରିଥିଲେ । ଏହି ଆଲୋଚନାରେ ବନ୍ଦୀ ହସ୍ତାନ୍ତର ପ୍ରକ୍ରିୟାର ସମାପ୍ତି ପରେ ଇଣ୍ଟ୍ରା-ଆଫଗାନ ଚୁକ୍ତିର ଆଲୋଚନା ହେବା ନେଇ ନିଷ୍ପତ୍ତି ହୋଇଥିଲା ।

ତାଲିବାନ-ଆମେରିକା ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ମୁତାବକ ବର୍ତ୍ତମାନ ସୁଦ୍ଧା 5000 ବନ୍ଦୀଙ୍କ ମଧ୍ୟରୁ ଆଫଗାନ ସରକାର 3000ରୁ ଉର୍ଦ୍ଧ୍ବ ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରିସାରିଛନ୍ତି । ସେପଟେ ତାଲିବାନୀ ଆକ୍ରମଣ ଦ୍ବାରା ଆଫଗାନିସ୍ତାନରେ ସପ୍ତାହେ ମଧ୍ୟରେ 291 ଜଣ ଜବାନଙ୍କ ମୃତ୍ୟୁ ହୋଇଥିବା ଆଫଗାନ ସରକାର ସ୍ପଷ୍ଟ କରିଛନ୍ତି ।

@ANI

ABOUT THE AUTHOR

...view details