ଓଡିଶା

odisha

ETV Bharat / international

ଆଫଗାନ ଛାତ୍ରୀଙ୍କୁ ପୁରୁଷ ଶିକ୍ଷକ ପଢାଇବା ମନା, ପୁଅ-ଝିଅଙ୍କ ପାଇଁ ଖୋଲିବ ଅଲଗା ସ୍କୁଲ - afganistan coeducation

ତାଲିବାନର ଆଦେଶ ଅନୁଯାୟୀ, ଏଣିକି ସ୍କୁଲରେ ଛାତ୍ରୀଙ୍କୁ ପଢାଇପାରିବେନି ପୁରୁଷ ଶିକ୍ଷକ । ସୋମବାର ଆଫଗାନିସ୍ତାନ ଉଚ୍ଚଶିକ୍ଷାମନ୍ତ୍ରୀ ଶେଖ ଅବଦୁଲ ବାକୀ ହକ୍କାୱୀ ଏହା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

କ୍ଷମତା ଦଖଲ ପରେ ତାଲିବାର ଆଦେଶ, ଛାତ୍ରୀଙ୍କୁ ପଢାଇପାରିବେନି ପୁରୁଷ ଶିକ୍ଷକ
କ୍ଷମତା ଦଖଲ ପରେ ତାଲିବାର ଆଦେଶ, ଛାତ୍ରୀଙ୍କୁ ପଢାଇପାରିବେନି ପୁରୁଷ ଶିକ୍ଷକ

By

Published : Aug 30, 2021, 4:51 PM IST

କାବୁଲ: ବନ୍ଧୁକ ମୁନରେ ତାଲିବାନର ଆଫଗାନିସ୍ତାନ କବଜାକୁ ବିତିସାରିଛି ୨ ସପ୍ତାହ । ଅଧିକାରର କଥା କହୁଥିବା ତାଲିବାନ ଦେଖାଉଛି ଗୋଟିଏ ପରେ ଗୋଟିଏ ଅସଲି ରଙ୍ଗ । ସୋମବାର ଆଫଗାନିସ୍ତାନର ଶିକ୍ଷା ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଦେଇଛି ତାଲିବାନ । ଏହା ସହିତ ଶିକ୍ଷାକୁ ନେଇ ଜାରି କରିଛି ଆଦେଶ ।

ତାଲିବାନର ଆଦେଶ ଅନୁଯାୟୀ, ଏଣିକି ସ୍କୁଲରେ ଛାତ୍ରୀଙ୍କୁ ପଢାଇପାରିବେନି ପୁରୁଷ ଶିକ୍ଷକ । ସୋମବାର ଆଫଗାନିସ୍ତାନ ଉଚ୍ଚଶିକ୍ଷାମନ୍ତ୍ରୀ ଶେଖ ଅବଦୁଲ ବାକୀ ହକ୍କାନୀ କରିଛନ୍ତି ଏହାର ଘୋଷଣା । ତାଙ୍କ କହିବାନୁଯାୟୀ, ଆଫଗାନବାସୀ ସାବ୍ୟସ୍ତ କରିଦେଇଛନ୍ତି ଯେ ସେମାନେ ଧାର୍ମିକ ଓ ଜାତୀୟ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ମଜବୁତ ଅଛନ୍ତି । ଏଥିରେ ଯୁବବର୍ଗ ବଡ ଭୂମିକା ଅର୍ଜନ କରିଛନ୍ତି । ତେବେ ବର୍ତ୍ତମାନ ଦେଶ ନିର୍ମାଣରେ ଶିକ୍ଷକ ଓ ବିଶେଷଜ୍ଞ ନିଜ ଭୂମିକା ଅର୍ଜନ କରନ୍ତୁ ବୋଲି କହିଛନ୍ତି ହକ୍କାନୀ ।

ହକ୍କାନୀ କହିଛନ୍ତି, ଖୁବଶୀଘ୍ର ଇସଲାମିକ ନିୟମର ଅନୁପାଳନ କରି ପୁଅ ଓ ଝିଅଙ୍କ ପାଇଁ ଅଲଗା ଅଲଗା ବିଦ୍ୟାଳୟ ଖୋଲାଯିବ । ଦେଶର ରାଜନୀତି ବ୍ୟବସ୍ଥା ଆଫଗାନିସ୍ତାନ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସେ ବୟାନ ଦେଇଛନ୍ତି । କେବଳ ଏତିକି ନୁହେଁ, ଏଣିକି ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହକ୍କାନୀ । ଏହି ଘୋଷଣା ସହିତ ସୋମବାର ଆନୁ୍ଷ୍ଠାନିକ ଭାବେ କୋଏଜୁକେସନ ଉପରେ ରୋକ ଲଗାଇଦେଇଛି ତାଲିବାନ ।

ତାଲିବାନର ଏହି ନିଷ୍ପତ୍ତି ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଛାତ୍ରୀଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପଡିବ । କାରଣ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ପୁରୁଷ ଅଧ୍ୟାପକ ଅଛନ୍ତି ।

ABOUT THE AUTHOR

...view details