ଓଡିଶା

odisha

By

Published : Oct 2, 2021, 3:51 PM IST

ETV Bharat / international

ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଅଭିଯୋଗ, ରିପୋର୍ଟ ଯାଞ୍ଚ କରିବ ତାଲିବାନ ମନ୍ତ୍ରଣାଳୟ

ଆଫଗାନିସ୍ତାନର ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ଅତ୍ୟାଚାର ପରେ ହତ୍ୟା କରାଯାଉଥିବା ଏଠାକାର ନାଗରିକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛି ତାଲିବାନ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ପଞ୍ଜଶୀର ସାଧାରଣ ନାଗରିକଙ୍କୁ ହତ୍ୟା ଅଭିଯୋଗ, ରିପୋର୍ଟ ଯାଞ୍ଚ କରିବ ତାଲିବାନ ମନ୍ତ୍ରଣାଳୟ
ପଞ୍ଜଶୀର ସାଧାରଣ ନାଗରିକଙ୍କୁ ହତ୍ୟା ଅଭିଯୋଗ, ରିପୋର୍ଟ ଯାଞ୍ଚ କରିବ ତାଲିବାନ ମନ୍ତ୍ରଣାଳୟ

କାବୁଲ: ଆଫଗାନିସ୍ତାନର ଶେଷ ଭାଗ ପଞ୍ଜଶୀରକୁ ସର୍ବଶେଷରେ ଅକ୍ତିଆରକୁ ନେଇଥିଲା ତାଲିବାନ । ଏହି ଅଞ୍ଚଳବାସୀଙ୍କୁ ତାଲିବାନ ଅତ୍ୟାଚାର କରିବା ପରେ ହତ୍ୟା କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏହି ସମ୍ପର୍କରେ ଆସିଥିବା ରିପୋର୍ଟକୁ ତାଲିବାନ ମନ୍ତ୍ରଣାଳୟ ଯାଞ୍ଚ କରିବ ବୋଲି କହିଛି ।

ତାଲିବାନ ସରକାର କୌଣସି ବି ନାଗରିକକୁ ଅତ୍ୟାଚାର କରିବାକୁ ଅନୁମତି ଦେଇନାହିଁ । ଏହାପରେ ମଧ୍ୟ ଆଫଗାନିସ୍ତାନର ଯେକୌଣସି ଅଞ୍ଚଳରେ ଏଭଳି ଘଟଣା ସାମନାକୁ ଆସିବ, ତେବେ ଏ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରଣାଳୟର ମୁଖପାତ୍ର କାରି ସୈଦ ଖୋସ୍ତି କହିଛନ୍ତି । ପଞ୍ଜଶୀର ଅଞ୍ଚଳବାସୀ କିଛି ତାଲିବାନଙ୍କ ଦ୍ବାରା ଅତ୍ୟାଚାରିତ ହେଉଥିବା ଅଭିଯୋଗ କରିବା ପରେ ତାଲିବାନ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ପଞ୍ଜଶୀରର ଜଣେ ଅଧିବାସୀ ଇମାମ ରେଜାଙ୍କ ଅଭିଯୋଗ ଅନୁସାରେ, ତାଲିବାନମାନେ ତାଙ୍କୁ ଉଠାଇ ନେଇ ବିନା କାରଣରେ ମାଡ ମାରିବା ସହ ଅତ୍ୟାଚାର କରିଥିଲେ ଏବଂ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଦେବାକୁ କହିଥିଲେ । ମାତ୍ର ତାଙ୍କ ନିକଟରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ ବୋଲି ସେ କହିଥିଲେ । କିନ୍ତୁ ତାଲିବାନମାନେ ନ ଶୁଣି ତାଙ୍କୁ ମାଡ଼ ମାରିଥିବା ସେ କହିଛନ୍ତି । ସେପଟେ ମନ୍ତ୍ରଣାଳୟ ଏହି ଘଟଣାରେ ତଦନ୍ତ କରିବ ବୋଲି କହିଛି ।

ତେବେ ସୂଚନା ଥାଉ କି ପଞ୍ଜଶୀର ଆଫଗାନିସ୍ତାନରେ ଶେଷ ଭାଗରେ ରହିଛି । ତାଲିବାନମାନେ ସମ୍ପୂର୍ଣ୍ଣ ଦେଶକୁ କବଜା କରିବା ପରେ ଶେଷରେ ଏହି ଅଞ୍ଚଳକୁ ଅକ୍ତିଆର କରିଥିଲେ । ପଞ୍ଜଶୀରକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ବହୁ ସଂଘର୍ଷ କରିଥିଲା ଏହି ଆତଙ୍କବାଦୀ ସଙ୍ଗଠନ ।

@IANS

ABOUT THE AUTHOR

...view details