ଓଡିଶା

odisha

ETV Bharat / international

ତାଲିବାନୀ ଆକ୍ରମଣରେ 6 ସୁରକ୍ଷାକର୍ମୀ ମୃତ, 2 ଗୁରୁତର - ତାଲିବାନଙ୍କ ଆକ୍ରମଣ

ଆଫଗାନିସ୍ତାନର ଦକ୍ଷିଣ ପଶ୍ଚିମ ନିମ୍ରୋଜ୍ ପ୍ରଦେଶର କମଲ ଖାନ ଡ୍ୟାମରେ ତାଲିବାନଙ୍କ ଆକ୍ରମଣରେ 6 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ତାଲିବାନଙ୍କ ଆକ୍ରମଣରେ 6 ସୁରକ୍ଷାକର୍ମୀ ମୃତ
ତାଲିବାନଙ୍କ ଆକ୍ରମଣରେ 6 ସୁରକ୍ଷାକର୍ମୀ ମୃତ

By

Published : Oct 24, 2020, 4:44 PM IST

କାବୁଲ: ଆଫଗାନିସ୍ତାନର 6 ସୁରକ୍ଷାକର୍ମୀଙ୍କ ମୃତ୍ୟୁ । ଆଫଗାନିସ୍ତାନର ଦକ୍ଷିଣ ପଶ୍ଚିମ ନିମ୍ରୋଜ୍ ପ୍ରଦେଶର କମଲ ଖାନ ଡ୍ୟାମରେ ତାଲିବାନଙ୍କ ଆକ୍ରମଣରେ 6 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ନ୍ୟାସନାଲ ୱାଟର ମ୍ୟାନେଜମେଣ୍ଟ ମୁଖ୍ୟପାତ୍ର ସୂଚନା ଦେଇଛନ୍ତି ।

କମଲ ଖାନ ଡ୍ୟାମ ସମେତ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ପାଇଁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଥିଲେ । ତେବେ ଏହି ଆକ୍ରମଣକୁ ନେଇ ତାଲିବାନ ପକ୍ଷରୁ କୌଣସି ମତ ପ୍ରକାଶ ପାଇନାହିଁ ।

ଗତ ଏକ ମାସ ହେବ ତାଲିବାନ ଆଫଗାନିସ୍ତାନ ସରକାରଙ୍କ ଉପରେ ଆକ୍ରମଣ କରିଆସୁଛି। ଏହା ପୂର୍ବରୁ ସେମାନେ ନିମ୍ରୋଜ ପ୍ରଦେଶର ଖଶ୍ରୋଡ ଜିଲ୍ଲାର ଏକ ସେନା ଆଉଟପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ 20 ରୁ ଅଧିକ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details