କାବୁଲ: ଆତଙ୍କବାଦୀ ଆକ୍ରମଣରେ 16 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି । ତାଲିବାନ ଇସଲାମବାଦୀ ଆନ୍ଦୋଳନ ପୂର୍ବ ନଙ୍ଗରହର ପ୍ରାନ୍ତରେ ଥିବା ଆଫଗାନିସ୍ତାନ ସୁରକ୍ଷାବଳର କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଆଫଗାନିସ୍ତାନର 16 ଜଣ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।
ଆଫଗାନସ୍ତାନରେ ବଡ ଧରଣର ଆତଙ୍କୀ ଆକ୍ରମଣ,16 ସୁରକ୍ଷାକର୍ମୀ ଶହୀଦ - 16 ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ମୃତ୍ୟୁ
ଆଫଗାନିସ୍ତାନ ସୁରକ୍ଷାବଳର କ୍ୟାମ୍ପ ଉପରକୁ ଆତଙ୍କୀ ଆକ୍ରମଣ । ଯେଉଁଥିରେ ଆଫଗାନିସ୍ତାନର 16 ଜଣ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଆତଙ୍କବାଦୀ ଆକ୍ରମଣରେ 16 ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ମୃତ୍ୟୁ
ଆତଙ୍କବାଦୀମାନେ ଆଫଗାନିସ୍ତାନ ସେନାର ଚେକପୋଷ୍ଟ ସହ ପୋଲିସକର୍ମୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ ବୋଲି ସୁତ୍ରରୁ ପ୍ରକାଶ । ଏହି ଆକ୍ରମଣରେ 3ଟି ସୁରକ୍ଷା ପୋଷ୍ଟ ଧ୍ବଂସ ହୋଇଛି ।