କାବୁଲ: ଆଫଗାନିସ୍ତାନରୁ ଭାରତ ଫେରିବା ସମୟରେ ଭାରତୀୟଙ୍କୁ ଉଠାଇ ନେଲା ତାଲିବାନ । 150 ଜଣଙ୍କୁ ତାଲିବାନ ଆତଙ୍କୀ କାବୁଲ ବିମାନ ବନ୍ଦର ନିକଟରୁ ଅପହରଣ କରିନେଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିବା ବିଦେଶୀ ଗଣମାଧ୍ୟମ ସୂଚନା ଦେଇଥିଲା ।
ଅପହରଣ ହୋଇଥିବା 150 ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ୱାସିକ୍ । ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି । ବିମାନ ବନ୍ଦରରେ ଉଦ୍ଧାର ପ୍ରକ୍ରିୟା ପାଇଁ କାଗଜପତ୍ର ଯାଞ୍ଚ ଚାଲିଛି ।