କାବୁଲ: 20 ଆଫଗାନିସ୍ତାନ ସୁରକ୍ଷା ବାହିନୀକୁ ମୁକ୍ତ କଲା ତାଲିବାନ । ଟ୍ବିଟ କରି ସୂଚନା ଦେଲେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ । ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଚୁକ୍ତି ପରେ ଉଭୟ ଦେଶରେ ବନ୍ଦୀ ଥିବା କଏଦୀଙ୍କୁ ମୁକ୍ତ କରିବା ପାଇଁ ଚେଷ୍ଟା ଅନବରତ ଜାରି ରହିଛି ।
20 ଆଫଗାନିସ୍ତାନ ସୁରକ୍ଷା ବାହିନୀକୁ ମୁକ୍ତ କଲା ତାଲିବାନ - Taliban frees 20 Afghan soldiers in exchange process
ଚୁକ୍ତି ମୁତାବକ କଏଦୀଙ୍କୁ ଖାଲି କରୁଛନ୍ତି ଆଫଗାନିସ୍ତାନ ଓ ତାଲିବାନ । ଆଫଗାନ ସରକାର 300 ତାଲିବାନୀ କଏଦୀଙ୍କୁ ମୁକ୍ତ କରିବା ପରେ ଏବେ ତାଲିବାନ ସରକାରଙ୍କ ପାଳି । ଅଧିକ ପଢନ୍ତୁ...
ମୁଜାହିଦ୍ ଟ୍ବିଟ କରି ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଆଫଗାନର ପାରମ୍ପରିକ ପୋଷାକ ପିନ୍ଧିଥିବା ସୈନିକମାନେ ଛିଡା ହୋଇଥିବା ଜଣାପଡିଛି । ଏନେଇ ଆଫଗାନିସ୍ତାନ ପ୍ରତିରକ୍ଷାମନ୍ତ୍ରାଳୟ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଏଠାରେ କହି ରଖୁଛୁ, ପୂର୍ବରୁ ଆଫଗାନ ସରକାର ପର୍ଯ୍ୟାୟ କ୍ରମେ ତାଲିବାନୀ କଏଦୀଙ୍କୁ ମୁକ୍ତ କରୁଛନ୍ତି । ଏପ୍ରିଲ 8 ପର ଠୁ ପାଖାପାଖି 300 କଏଦୀଙ୍କୁ ମୁକ୍ତ କରାଯାଇଛି । ମାର୍ଚ୍ଚ 11 ରେ ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଆଶ୍ରାଫ ଘାନି ମୁକ୍ତ କରିବାକୁ ଏକ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ 5000 ତାଲିବାନୀ କଏଦୀଙ୍କୁ ମୁକ୍ତି କରିବାକୁ ଚୁକ୍ତି କରାଯାଇଥିଲା ।
TAGGED:
Taliban-Afghan