ଓଡିଶା

odisha

ETV Bharat / international

ଜଲାଲବାଦକୁ କବଜା କଲା ତାଲିବାନ, କାବୁଲ ଆଉ ଇଞ୍ଚେ ଦୂର

ଆଫଗାନିସ୍ତାନର ଅନ୍ୟତମ ବୃହତ ସହର ଜଲାଲବାଦକୁ କବଜା କରିଛି ତାଲିବାନ । ଏହି ସହର କବଜା କରିବା ପରେ କାବୁଲର ଆହୁରି ନିକଟତର ହୋଇଛି ତାଲିବାନ । ଅଧିକ ପଢନ୍ତୁ...

By

Published : Aug 15, 2021, 12:38 PM IST

ଜଲାଲବାଦକୁ କବଜା କଲା ତାଲିବାନ, କାବୁଲ ଆଉ ଇଞ୍ଚେ ଦୂର
ଜଲାଲବାଦକୁ କବଜା କଲା ତାଲିବାନ, କାବୁଲ ଆଉ ଇଞ୍ଚେ ଦୂର

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ମୁହାଁ ତାଲିବାନ । ଦେଶର ଅନ୍ୟତମ ବଡ଼ ସହର ଜଲାଲବାଦକୁ ନିଜ ଅକ୍ତିଆରକୁ ନେଇଛି ଏହି ସଙ୍ଗଠନ । କାବୁଲଠାରୁ ଆଉ ଇଞ୍ଚେ ଦୂରରେ ରହିଛି ତାଲିବାନ । ଦେଶର ବଡ଼ ସହର ମଧ୍ୟରେ କେବଳ କାବୁଲ ଅସରଫ ଘାନି ସରକାରଙ୍କ ଅଧୀନରେ ରହିଥିବା ରବିବାର ସୂଚନା ମିଳିଛି ।

ଜଲାଲବାଦକୁ କବଜା କଲା ତାଲିବାନ, କାବୁଲ ଆଉ ଇଞ୍ଚେ ଦୂର

ତାଲିବାନ ଜଲାଲବାଦକୁ କବଜା କରିବା ପରେ ପୂର୍ବତନ ଡେପୁଟି ସିନିଅର ଆଡଭାଇଜର ଏମ. ଶାଫିକ ହମଦମ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଜଲାଲବାଦ ତାଙ୍କର ଜନ୍ମସ୍ଥାନ ହୋଇଥିବା ବେଳେ ଦେଶର ଏକ ଉନ୍ନତ ସହର । ଏହି ସହର ମଧ୍ୟ ବର୍ତ୍ତମାନ ତାଲିବାନ କବଜାରେ । ତାଲିବାନ ଆତଙ୍କବାଦୀମାନେ ଜଲାଲବାଦ ସହରବାସୀଙ୍କର କୌଣସି କ୍ଷତି ପହଞ୍ଚାଇବେ ନାହିଁ । ବିଶ୍ବ ଓ ଭଗବାନ ତାଙ୍କୁ ଦେଖୁଛନ୍ତି । ସେ କିଛି ଅନୁଚିତ କାର୍ଯ୍ୟ କରିବେ ନାହିଁ ବୋଲି ହମଦମ ରାଷ୍ଟ୍ରପତି ଅସରଫଙ୍କୁ କହିଛନ୍ତି ।

ତାଲିବାନ ଆଫଗାନିସ୍ତାନର ସୁରକ୍ଷାକର୍ମୀ ତଥା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଆସୁଥିବାରୁ ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା ଦେଶରୁ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଏହି ହିଂସାକାଣ୍ଡ ଜାରି ରଖିଛି । ଗତ ୨ ଦଶନ୍ଧି ଧରି ଆମେରିକା ଓ NATO ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କୁ ସହଯୋଗ କରିଆସୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details